କୃମି ନାଶକ ଦିବସ ପାଳିତ
ବାଲେଶ୍ୱର (ସରୋଜ ପଣ୍ଡା): ରାଣୀପାଟଣା ଦୃଷ୍ଟିହୀନ ନିମନ୍ତେ ଓ ମସ୍ତିଷ୍କ ପକ୍ଷା ଘାତ ବିଦ୍ୟାଳୟ ପରିସରରେ କୃମି ନାଶକ ଦିବସ ପାଳିତ ହୋଇଯାଇ ଅଛି। ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନବୀନ କୁମାର ବେହେରାଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀପିଲାମାନଙ୍କ ଶରୀରରେ କୃମି ରହିଲେ ଏହାର ଲକ୍ଷଣ କଣ ଏବଂ ଏହା କେତେ କ୍ଷତିକାରକ ଓ ନିରାକରଣ ବିଷୟରେ ପିଲାମାନଙ୍କୁ ସତେଚନ କରିବା ସହ ଆଶାକର୍ମୀ ସୁସ୍ମିତା ପରିଡା ଙ୍କ ଉପସ୍ଥିତିରେ ପିଲାମାନଙ୍କୁ ଅଲବେଣ୍ଡାଜୋଲ ଟାବଲେଟ ଓ ଦୁଇରୁ ୫ବର୍ଷ ପିଲାଙ୍କୁ ଲିକ୍ୟୁଡ ଖୁଆଯାଇଥିଲା। ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଅନୁଷ୍ଠାନର ନିର୍ଦ୍ଧେଶକ ଶ୍ରୀଯୁକ୍ତ ଦିବାକର ସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


