ବିଶ୍ବ ବ୍ରାହ୍ମଣ ପରିବାର ସଂଘର ନୂତନ କମିଟି ଗଠନ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ) : ମୁନିଗୁଡାର ଜଗନ୍ନାଥ ମନ୍ଦିର ପରିସରରେ ଥିବା ବୀର ବ୍ରହ୍ମେନ୍ଦ୍ର ସ୍ୱାମୀ ମନ୍ଦିରରେ ବିଶ୍ୱ ବ୍ରାହ୍ମଣ ପରିବାର ସଙ୍ଘ(ସ୍ବର୍ଣ୍ଣକାର ସଙ୍ଘ)ର ନୂତନ କର୍ମକର୍ତା ମନୋନୀତ ଓ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଂଘର ବରିଷ୍ଠ ଉପଦେଷ୍ଟା ବ୍ରହ୍ମାନନ୍ଦ ଅଚାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ନୂତନ କମିଟି ଚୟନ କରାଯାଇଥିଲା ଏହି ଅବସରରେ ସର୍ବ ସମତି କ୍ରମେ ସଭାପତି ଭାବେ ଏଲ.ରାଜେଶ ଆଚାରୀ,ଉପ ସଭାପତିଏ.ଭାସ୍କର ଆଚାରୀ,ସଂପାଦକ କେ.ରାମାରାଓ ଆଚାରୀ,ଯୁଗ୍ମ ସଂପାଦକ କେ.ରାଜେଶ ଆଚାରୀ ଓ କୋଷାଧକ୍ଷ ଭାବେ ଏ.ସୁନିଲ ଆଚାରୀ ପ୍ରମୁଖଙ୍କୁ ଚୟନ କରାଯାଇଥିଲା। ସେହିପରି ଉପଦେଷ୍ଟା କମିଟି ଭାବେ ଏ.ବ୍ରହ୍ମାନନ୍ଦ ଆଚାରୀ,କେ.ନାଗେଶ୍ୱର ଆଚାରୀ,ଜି.ବୀରଭଦ୍ର ଆଚାରୀ,ଆଇ. ମୁରଲୀ ଆଚାରୀ,କେ.ଭୋଗେଶ୍ଵର ଆଚାରୀ ଓ ଜି.କୁମାର ରାଜୁ ପ୍ରମୁଖଙ୍କୁ ମନୋନୀତ କରାଯାଇଛି। ଶେଷରେ ଏହି ବୈଠକରେ ନୂତନ ଭାବେ କମିଟିରେ ମନୋନୀତ ସମସ୍ତ ପଦାଧିକାରୀ ଓ ଉପଦେଷ୍ଟା ମଣ୍ଡଳୀ ଆଗାମୀ ଦିନର ସଙ୍ଘ କିପରି ଆହୁରି ଅଧିକ ମଜବୁତ ହେବ ଏବଂ ଏକତ୍ରିତ ହୋଇ କାର୍ଯ୍ୟ କରିବ ସେନେଇ ଆଲୋଚନା ହୋଇଥିଲା l ପରେ ସମସ୍ତ ବାର୍ଷିକ କାର୍ଯ୍ୟପନ୍ଥାକୁ ସୁରୁଖୁରେ କିପରି ପାଳନ କରାଯିବ ସେଥି ପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯିବ ବୋଲି ଚୟନ ନୂତନ ସଭାପତି ଓ ସମ୍ପାଦକ ପ୍ରକାଶ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ