ସ୍ୱାଧୀନତା ଦିବସରେଐତିହାସିକ ସ୍ଥଳୀଗୁଡିକରେ CISF ବ୍ରାସ୍ ବ୍ୟାଣ୍ଡର ସଂଗୀତ ପରିବେଷଣ

କଟକ, (ଓ୍ବାଇଏନଏସ) : ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଓ ଦେଶପ୍ରେମକୁ ସ୍ମରଣ କରିବା ସହ ଯୁବପିଢ଼ି ମଧ୍ୟରେ ଦେଶପ୍ରେମ, ଏକତା ଓ ଜାତୀୟ ଗର୍ବର ଭାବନା ସୃଷ୍ଟି ଉଦ୍ଦେଶ୍ୟରେ ଆସନ୍ତା ସ୍ୱାଧୀନତା ଦିବସ ଅବସରରେ କଟକ ସହରର ତିନିଟି ପ୍ରମୁଖ ଐତିହାସିକ ସ୍ଥଳରେ CISF ବ୍ରାସ୍ ବ୍ୟାଣ୍ଡ ଟିମ୍ ପକ୍ଷରୁ ବିଶେଷ ସଙ୍ଗୀତ ପରିବେଷଣ କରାଯିବ । ୧୫ ଅଗଷ୍ଟରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବାରବାଟୀ ଦୁର୍ଗଠାରେ ପୂର୍ବାହ୍ନ ୧୦.୩୦ ରୁ ୧୧.୦୦ଟା , ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ମୃତିସ୍ଥଳଠାରେ ପୂର୍ବାହ୍ନ ୧୧.୪୫ ରୁ ୧୨.୧୫, ସ୍ୱରାଜ ଆଶ୍ରମଠାରେ ଅପରାହ୍ନ ୧.୦୦ ରୁ ୧.୩୦ ପର୍ଯ୍ୟନ୍ତ ସଙ୍ଗୀତ ପରିବେଷଣ କରାଯିବ । ଦେଶର ସ୍ୱାଧୀନତା ପାଇଁ ଅସୀମ ତ୍ୟାଗ ଓ ବଳିଦାନ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନୂତନ ପିଢ଼ିକୁ ଦେଶର ଗୌରବମୟ ଇତିହାସ ସହ ଯୋଡ଼ିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ