ଶହୀଦ ଓ ସଂଗ୍ରାମୀ ମାନଙ୍କୁ ଦେଶାତ୍ମବୋଧକ କବିତାରେ ଶ୍ରଦ୍ଧାଞ୍ଜଳି

ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ାର ଶହୀଦ ଲକ୍ଷ୍ମଣ ନାୟକ କ୍ଲବ ପରିସରରେ ୮୦ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ଶହୀଦ ଲକ୍ଷ୍ମଣ ନାୟକ କ୍ଲବ ଓ ସହଯୋଗୀ ଅନୁଷ୍ଠାନ ମୁନିଗୁଡ଼ା ସାହିତ୍ୟ ସଂସଦ ମିଳିତରେ ଶହୀଦ ଓ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ସାରସ୍ଵତ ଶ୍ରଦ୍ଧାଞ୍ଜଳି ଓ ଦେଶପ୍ରେମ ଭରା ସ୍ବରଚିତ ଦେଶାତ୍ମବୋଧକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ପଦ୍ମନାଭ ବେହେରାଙ୍କ ସଭାପତିତ୍ବ ଏବଂ ମୁନିଗୁଡ଼ା ସାହିତ୍ୟ ସଂସଦ ଉପ ସଭାପତି ରାଜକିଶୋର ବେହେରା ଓ ସମ୍ପାଦକ ଉତ୍ତମ ଦାସଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୁନିଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରବୀଣ କୁମାର ଦାସ, ସମ୍ମାନିତ ଅତିଥି ସାହିତ୍ୟ ସଂସଦ ମୁଖ୍ୟ ଉପଦେଷ୍ଟା ଅକ୍ଷୟ କୁମାର ମଲ୍ଲିକ,ପି ସୁଧାକର ପାତ୍ର, ସ୍ତମ୍ଭକାର ମନୋରଞ୍ଜନ ଦଳାଇ, କ୍ଲବର ସମ୍ପାଦକ ପ୍ରଫୁଲ୍ଲ ଗୌଡ଼ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଆଲୋକପାତ କରିବା ସହ ଏହା କିପରି ସ୍ଵାଧୀନତା ସଂଗ୍ରାମ କାଳରେ ସଂଗ୍ରାମର ପ୍ରମୁଖ ଅସ୍ତ୍ରର ଭୂମିକା ନିଭାଇଥିଲେ ତାହା ଦର୍ଶାଇଥିଲେ। ଏହି ଅବସରେ କବାୟତ୍ରୀ ନନ୍ଦିନୀ ଦାସ ଓ କବି କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ମିଳିତ ସଂଯୋଜନାରେ ଦେଶପ୍ରେମ ଭରା ସ୍ବରଚିତ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ କବି କବୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଦେଶପ୍ରେମ ଭରା ସ୍ବରଚିତ ଦେଶାତ୍ମବୋଧକ କବିତା ପଠନ କରିଥିଲେ। ଶେଷରେ କବି କାଳନ୍ଦୀ ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପ୍ରସାଦ ସାହୁକାର,ପ୍ରକାଶ ମୁଦୁଲି,ଧର୍ମାନନ୍ଦ ପ୍ରଧାନ,ପ୍ରମୋଦ ଦାସ, କାଳନ୍ଦୀ ପାଣିଗ୍ରାହୀ,ସଞ୍ଜୟ କୁମାର ପତି, ଦୁଃଖିଶ୍ୟାମ୍ ସୁବୁଦ୍ଧି,ନିର୍ମଳା ମଲ୍ଲିକ,କଳ୍ପନା ମିଶ୍ର,ଦୋଳଗୋବିନ୍ଦ ନାୟକ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଇ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ