୮୦ ତମ ସ୍ଵାଧୀନତା ଦିବସ

ବୁଗୁଡ଼ା,(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ସହର ଓ ବୁଗୁଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ଅଫିସ , ଶିକ୍ଷାନୁଷ୍ଠାନ ଓ ସଂଗଠନ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ବୁଗୁଡ଼ା ସହରର ବ୍ଲକ ଅଫିସ, ଏନଏସି ଅଫିସ, ତହସିଲ ଅଫିସ, ପୋଲିସ ଥାନା, ରେଞ୍ଜ ଅଫିସ, ପିପୁଲସ କଲେଜ, ବଳଦେବ ଜୀଉ ସ୍ବାମୀ ମହିଳା କଲେଜ , ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର, ସହରର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏବଂ ବିଭିନ୍ନ ସଂଗଠନ ସମେତ ବ୍ଲକ ଅଞ୍ଚଳର ବାଲିପଦର ଡିଗ୍ରୀ କଲେଜ, ଅହଲ୍ୟାଦେବୀ ମହିଳା କଲେଜ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୋଲିସ ଫାଣ୍ଡି , ମାଣିତରା  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସମସ୍ତ ପଞ୍ଚାୟତ ଅଫିସ, ସେବା ସମବାୟ ସମିତି, ସମସ୍ତ ପଞ୍ଚାୟତର ସମସ୍ତ ପ୍ରକାର ସ୍କୁଲ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଦେଶର ସ୍ୱାଧୀନତା ପାଇଁ ଜୀବନ ଉତ୍ସର୍ଗ କରିଥିବା ବୀର ସହିଦ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ