ଲାୟନ୍ସ କ୍ଳବ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର
ଆସିକା (ୱାଇଏନ୍ଏସ୍) : ସ୍ଥାନୀୟ ଲାୟନ୍ସ କମ୍ୟୁନିଟି ହଲ୍ ପରିସରରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକା ଲାୟନ୍ସ କ୍ଳବ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିରରେ ବରିଷ୍ଠ ଅସ୍ତିଶଲ୍ୟ ବିଶେଷଜ୍ଞ ଡାକ୍ତର ଗୋପାଳଚନ୍ଦ୍ର ପାତ୍ର ଯୋଗଦେଇ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ପ୍ରାୟ ୧୧୫ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ଆଣ୍ଠୁ ଗଣ୍ଠି ଏବଂ ମେରୁଦଣ୍ଡା ବ୍ୟଥା, ଶିରଜନିତ ଏବଂ ମାଂସପେଶୀ ବ୍ୟଥା, ବେକପିଠି ବ୍ୟଥା, ଲିଗାମେଣ୍ଟ ବ୍ୟଥା, କ୍ରୀଡା ଆଘାତ ବ୍ୟଥା, ମନୁଷ୍ୟ ଶରୀରର ହାଡର ଘନତ୍ୱ ପରୀକ୍ଷା, ୟୁରିକ୍ ଏସିଡ୍ ପରୀକ୍ଷା, ଭିଟାମିନ୍ ଡି ପରୀକ୍ଷା ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଗ ନିରୂପଣ କରିଥିଲେ । କେୟାର୍ ଜେନିକିସ୍ ହେଲ୍ଥ କେୟାର୍ ଏଲ୍ଏଲ୍ପି ଏବଂ ଆସିକା ଲାୟନ୍ସ କ୍ଳବର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିରକୁ ସୁପରିଚାଳନା କରିବା ଦିଗରେ ଲାୟନ୍ସ କ୍ଳବର ସକ୍ରିୟ ସଦସ୍ୟ ଇ.ଅରୁଣ କୁମାର ପାତ୍ର, ପି.ତିରୁପତି ପାତ୍ର, ବି.ଭେଙ୍କେରମଣ ମୂର୍ତ୍ତି, ପ୍ରିୟବ୍ରତ ମିଶ୍ର, କେ.କିଶୋର କୁମାର ସେନାପତି, କେ.ସନ୍ତୋଷ କୁମାର ସେନାପତି, ପି.ନିଳାମ୍ବର ପାତ୍ର, ବସନ୍ତ କୁମାର ଷଡଙ୍ଗୀ, ସିଏଚ୍.ସୁରେନ୍ଦ୍ରନାଥ ସୁବୁଦ୍ଧି, ଏ.ନିଳାଞ୍ଚଳ ପାତ୍ର, ପି.ପ୍ରଦୀପ କୁମାର ପାତ୍ର, ପଞ୍ଚାନନ ନାୟକ, ଏ.ଲକ୍ଷ୍ମୀନାରାୟଣ ଗୁପ୍ତା, କେ.ରାଜକୁୁମାର ପାତ୍ର, ସିଏଚ୍.ସନ୍ତୋଷ କୁମାର ପାତ୍ରଙ୍କ ସମେତ ବହୁ ସକ୍ରିୟ ସଦସ୍ୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଅର୍ଥାଭାବ କିମ୍ବା ଅନ୍ୟ କୌଣସି କାରଣରୁ ଡାକ୍ତରଖାନାକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବାରୁ ବଞ୍ଚିତ ହୋଇଆସୁଥିବା ଲୋକଙ୍କ ସୁବିଧା ଓ ସୁସ୍ଥ ଓ ନୀରୋଗ ଜୀବନଯାପନ ପାଇଁ ଆସିକା ଲାୟନ୍ସ କ୍ଳବ ପକ୍ଷରୁ ବର୍ଷତମାମ ବିଭିନ୍ନ ସମୟରେ ଆୟୋଜନ କରାଯାଉଥିବା ଏଭଳି ନିଃଶୁଳ୍କ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା ଓ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି ।


