ସମବାୟ ସମିତି ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ) : ବଡ଼ରମ୍ପାସ ସେବା ସମବାୟ ସମିତି ପକ୍ଷରୁ ଏ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ଉତ୍ସାହିତ କରିବା ପାଇଁ ଏକ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ଜପିଦାସ ସରକାରୀ ଉଚ୍ଚ ବିଦ୍ୟାଳୟର ଏନ୍ଏମ୍ଏମ୍ଏସ୍ ଟପର ସୁଶାନ୍ତ ଓଝା ଓ ଚିନ୍ମୟ ସା, ମାଳତୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ସୁଭଲଗ୍ନା ସାହୁ ଓ ରଶ୍ମିତା ବେହେରା, ରମ୍ପାସ ସରକାରୀ ବିଦ୍ୟାଳୟର ସୁଧାଂଶୁ ଶେଖର ସାହୁ ଓ ଶ୍ରଦ୍ଧାଞ୍ଜଳି ରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସତ୍ୟଭୂଷଣ ସାହୁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନାରାୟଣ ବେହେରା ମଞ୍ଚ ପରିଚାଳନା କରିଥିଲେ। ଏଥିରେ ସମବାୟ ସମିତିର ସମ୍ପାଦକ ଦେବାଶିଷ ଧଳ, ସମବାୟ ସମିତିର ସଭାପତି ନିରଞ୍ଜନ ସାହୁ, ସରପଞ୍ଚ ରବୀନ୍ଦ୍ର ଜେନା, ଗୋଲେଖ ନାୟକ, ରବିନାରାୟଣ ପଟ୍ଟନାୟକ, ଭଗବାନ ନାୟକ, ସୁଶାନ୍ତ ସେନାପତି,ବଳରାମ ସେନାପତି, ନିରୁପମା ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନ ଓ ପ୍ରୋତ୍ସାହନ ଆଗାମୀ ଦିନରେ ସେମାନଙ୍କୁ ଆହୁରି ଭଲ କରିବା ପାଇଁ ପ୍ରେରଣା ଯୋଗାଇବ।


