କଳିଙ୍ଗ ବୈଶ୍ୟ ଋଷିକୁଲ୍ୟା ସଂଘର ସାଧାରଣ ବୈଠକ
ଆସିକା (ୱାଇଏନ୍ଏସ୍): କଳିଙ୍ଗ ବୈଶ୍ୟ ଋଷିକୁଲ୍ୟା ଆଞ୍ଚଳିକ ଆସିକା ଷଷ୍ଠ ସଂଘର ସାଧାରଣ ବୈଠକ ସ୍ଥାନୀୟ ଶ୍ରୀ ଶ୍ରୀ ମା ବାସବୀ କନ୍ୟକା ପରମେଶ୍ୱରୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ ବୈଶ୍ୟ ଋଷିକୁଲ୍ୟା ଅଞ୍ଚଳ ଆସିକା ଷଷ୍ଠ ସଂଘର ସଭାପତି ଇ.କିଶୋର କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସାଧାରଣ ଅଧିବେଶନର ମୁଖ୍ୟ ଅତିଥି ରୂପେ ଋଷିକୁଲ୍ୟା ଅଞ୍ଚଳର ମହାସଂଘର ସକ୍ରିୟ ସଦସ୍ୟ କେ.କିଶୋର କୁମାର ସେନାପତି, ଆସିକା ଷଷ୍ଠ ସଂଘର ସଂପାଦକ ପି.ବାଲାଜୀ ପାତ୍ର, କୋଷାଧ୍ୟକ୍ଷ ଡି.ଦ୍ୱାରିକାନାଥ ପାତ୍ର, ପୂର୍ବତନ ସଭାପତି କେ.ସତ୍ୟନାରାୟଣ ପାତ୍ର ପ୍ରମୁଖ ଯୋଗଦେଇ କଳିଙ୍ଗ ବୈଶ୍ୟ ଋଷିକୁଲ୍ୟା ଅଞ୍ଚଳ ଷଷ୍ଠ ସଂଘର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବା, ସମାଜରେ ଶିକ୍ଷାର ବିକାଶ ଏବଂ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିିବା, ଗରିବ ଓ ନିଷ୍ପେସିତ ଏବଂ ଅବହେଳିତ ବର୍ଗର ଲୋକଙ୍କୁ ସାହାଯ୍ୟ ଓ ସାମାଜିକ ସେବା ଯୋଗାଇଦେବା ଉପରେ ଆଲୋକପାତ କରିବା ସାଙ୍ଗକୁ ପରସ୍ପର ମଧ୍ୟରେ ଭାଇଚାରାର ସଂପର୍କକୁ ଉଜ୍ଜିବୀତ କରି ରଖିବା ସାଙ୍ଗକୁ ସଂଗଠନକୁ ଆହୁରି ସୁଦୃଢ କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । କଳିଙ୍ଗ ବୈଶ୍ୟ ଋଷିକୁଲ୍ୟା ଅଞ୍ଚଳ ଷଷ୍ଠ ସଂଘର ଏହି ସାଧାରଣ ଅଧିବେଶନରେ ସଂଗଠନର ବୟୋଜ୍ୟଷ୍ଠ ସଦସ୍ୟ ଡି.ଲିଙ୍ଗରାଜ ପାତ୍ର, ପି.ସୁଶାନ୍ତ କୁମାର ପାତ୍ର, ପି.ଗୁରୁମୂର୍ତ୍ତି ପାତ୍ରକୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ଡି.ଲକ୍ଷ୍ମୀ ନାରାୟଣ ପାତ୍ର, ପି.ସତ୍ୟନାରାୟଣ ପାତ୍ର, ପି.କୋଟେଶ୍ୱର ପୃଷ୍ଟି, ପି.ରାମେଶ୍ୱର ପାତ୍ର, ପି.ଖଲି ପାତ୍ର, କେ.ତ୍ରିପତି ପାତ୍ର, ଡି.ବିଶ୍ୱନାଥ ପାତ୍ର, ଡି.ଶିବଶଙ୍କର ପାତ୍ର, ଡି.ରାହୁଳ କୁମାର ପାତ୍ର, ଶଙ୍କର ପାତ୍ର, ଡି.ଲକ୍ଷ୍ମୀ ପାତ୍ର, ଡି.ସନ୍ତୋଷ କୁମାର ପାତ୍ର, ଡି.ଦିଲୀପ ପାତ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । କଳିଙ୍ଗ ବୈଶ୍ୟ ଋଷିକୁଲ୍ୟା ଅଞ୍ଚଳ ଆସିକା ଷଷ୍ଠ ସଂଘର ସାଧାରଣ ବୈଠକ ଅବସରରେ ଆଗାମୀ ୨ ବର୍ଷ ପାଇଁ ଯୁବକ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଯୁବକ ସଂଘର ସଭାପତି ରୂପେ ପି.ଜିତେଶ୍ କୁମାର ପାତ୍ର, ଉପସଭାପତି ରୂପେ ଡି.ରାହୁଳ କୁମାର ପାତ୍ର, ସଂପାଦକ ରୂପେ ଡି.ସନ୍ତୋଷ ପାତ୍ର, ଯୁଗ୍ମସଂପାଦକ ରୂପେ ଏ.ବିକାଶ ପାତ୍ର, କୋଷାଧ୍ୟକ୍ଷ ରୂପେ ପି.ଭେଙ୍କେଟେଶ୍ୱର ପାତ୍ର, ଉପଦେଷ୍ଟା ରୂପେ ପି.ଗିରିଧାରୀ ପାତ୍ରଙ୍କୁ ମନୋନୀତ କରାଯାଇଥିଲା ବେଳେ ନୂତନ ସଭ୍ୟ ରୂପେ ଏ.ଲିପୁନ୍ କୁମାର ପାତ୍ର ଏବଂ କେ.ସମିତ୍ ପାତ୍ରଙ୍କୁ ଗ୍ରହଣ କରାଯାଇଥିବା ଜଣାପଡିଛି ।


