ଗିରି ରୋଡ ସରକାରୀ ମାଧ୍ୟମିକ ଓ ପ୍ରଶିକ୍ଷଣ ବିଦ୍ୟାଳୟର ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ବ୍ରହ୍ମପୁର,(ସୁଦିପ କୁମାର ସାହୁ):ଗିରି ରୋଡ ସ୍ଥିତ ସରକାରୀ ମାଧ୍ୟମିକ ଓ ପ୍ରଶିକ୍ଷଣ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ବନ୍ଧୁ ମିଲନ କାର୍ଯ୍ୟ କ୍ରମ କୁଇନ୍ସ ଶ୍ରାବଣ ମିଳନ ଭୁବନେଶ୍ୱରରେ ହୋଟେଲ ବେଲ ଫୋର୍ଡ଼ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ 1986 ଦଶମ ବ୍ୟାଚର ପ୍ରାୟ 40 ଜଣ ଛାତ୍ରୀ ଯୋଗଦାନ କରିଥିଲେ । ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦ୍ବୀପ ପ୍ରଜ୍ୱଳନ କରି ସ୍କୁଲର ପ୍ରାର୍ଥନା ଆହେ ଦୟାମୟ ବିଶ୍ଵ ବିହାରୀ ଗାନ କରାଯାଇଥିଲା । ପରେ ପରେ ରଶ୍ମିତା ପାଣିଗ୍ରାହୀ ଅନୁଷ୍ଠାନିକ ଭାବେ ସମସ୍ତଙ୍କୁ ସ୍ୱାଗତ କରିଥିଲେ, ମୌସୁମୀ ସେଠି ପୁରୁଣା ଦିନର ସ୍ମୃତିକୁ ମନେପକାଇ ସମସ୍ତଙ୍କୁ ଅତୀତକୁ ଫେରାଇନେଇଥିଲେ, ପରେ ପରେ କବୟତ୍ରୀ ବିନୋଦିନୀ ଗଉଡଙ୍କ ହସ୍ତଲେଖା କବିତା ପାଠ ସହ ନୃତ୍ୟ ଗୀତର ଆସର ଜମି ଥିଲା । ରଶ୍ମିତା ଓ ସ୍ବର୍ଣ୍ଣର ରଙ୍ଗବତୀ ନୃତ୍ୟ ସହ ମମତା ପଟ୍ଟନାୟକ, ଶୋଭନା ଏବଂ ଅନ୍ୟ ନୃତ୍ୟରେ ମଧୁଲିତା, ମମତା ମହାନ୍ତି, ଚେତନା, ଜୟଶ୍ରୀ , ମୌସୁମୀଙ୍କ ସହ ସମସ୍ତ ସଙ୍ଗିନୀ ଶ୍ରାବଣ ନୃତ୍ୟର ମଜା ନେଇଥିଲେ । ସାଗରିକା ମହାନ୍ତି, ଅପର୍ଣ୍ଣା, ସୁଚେତା, ଇନ୍ଦିରା ଓ ଅଂଶୁମାଳୀ ର ଭଜନ ସମସ୍ତଙ୍କ ମନକୁ ଛୁଇଁ ଥିଲା । ଆୟୋଜକ ମଣ୍ଡଳୀ ତଥା ମମତା, ଜୟଶ୍ରୀ, ଚେତନା, ମୋୖସୁମି, ମଧୁଲିତାଙ୍କ ଦ୍ୱାରା ଖେଳ ଆୟୋଜନ ହୋଇଥିଲା । ନାରୀ ସଶକ୍ତିକରଣ ସ୍ୱରୂପ ରଶ୍ମିତା, ମମତା , ସ୍ବର୍ଣ୍ଣ ଓ ମଧୁଲିତାଙ୍କ ଦ୍ୱାରା ବେଶ ମଜ ।ଦାର ଗୀତିନାଟ୍ୟ ପେଟେଣ୍ଟ ମେଡ଼ିସିନ ପରିବେଷଣ କରାଯାଇଥିଲା । ସୁଦୂର ମୁମ୍ବାଇରୁ ଗାୟିକା ସାଗରୀକା ଓ ହାଇଦ୍ରାବାଦରୁ ସୀତାରାଙ୍କ ଉପସ୍ଥିତି ସମସ୍ତଙ୍କୁ ବହୁତ ଖୁସି କରାଇଦେଇଥିଲା । ଶେଷରେ ଛେନାପୋଡ଼ କାଟି ସ୍ବର୍ଣ୍ଣ ଦ୍ୱାରା ଶ୍ରାବଣ ମିଲନକୁ ସମାପ୍ତ କରାଯାଇଥିଲା । ଚାରି ଦଶନ୍ଧିର ବନ୍ଧୁତ୍ୟର ଦ୍ୱାହି ଦେଇ ସମସ୍ତ ସଙ୍ଗିନୀ ପୁଣି ମିଶିବାର ସୁଯୋଗ ପାଇଥିବାରୁ ଖୁସିବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ