ବିଶ୍ୱନିକେତନ୍ ଜରା ନିବାସର ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର,(ସୁଦିପ କୁମାର ସାହୁ):ପିତା ମାତା ମାନେ ଚଳନ୍ତି ଠାକୁର, ବରିଷ୍ଟ ନାଗରିକ ମାନେ ଦେବ ତୁଲ୍ୟ। ଏଣୁ ମନ୍ଦିର ଯିବା ଅପେକ୍ଷା ଏମାନଙ୍କ ସେବା କରିବା ଦ୍ୱାରା ଭଗବାନଙ୍କ ଅଧିକ ଆଶ୍ରିବାଦ୍ ମିଳିଥାଏ ବୋଲି ମହାନ୍ ସଂଘ ଦ୍ୱାରା ପରିଚାଳିତ ଗୋପାଳପୁର ରୋଡ, ରାମଚନ୍ଦ୍ରପୁର ଗ୍ରାମ ସ୍ଥିତ ବିଶ୍ୱ ନିକେତନ ଜରା ନିବାସର ୧୬ତମ ପ୍ରତିଷ୍ଠା ଦିବସ ଅବସରରେ ସଦସ୍ୟ ସଦସ୍ୟା ଓ ଶୁଭେଚ୍ଛୁ ମାନଙ୍କୁ ନେଇ ନିରାଡମ୍ବର ଭାବେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଏହାର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିଥିଲେ। ଯୌଥ ପରିବାର ନଷ୍ଟ ହେବା ଓ ଯୁବ ପିଢ଼ି ଙ୍କ ସ୍ୱାର୍ଥପରତା ମୋନୋଭାବ ଯୋଗୁ ବରିଷ୍ଟ ନାଗରିକ ମାନେ ଶେଷ ଜୀବନରେ ଅନେକ କଷ୍ଟ ଭୋଗୁଛନ୍ତି। ଏଣୁ ବରିଷ୍ଟ ନାଗରିକ ଙ୍କ ସୁରକ୍ଷା, ସେବା ସୂର୍ଶଶ। ଆମମାନଙ୍କ ତଥା ସମାଜ ଓ ସରକାରଙ୍କ ଗୁରୁ ଦାୟିତ୍ୱ। ଦୀର୍ଘ ୧୬ ବର୍ଷରେ ବିଶ୍ୱ ନିକେତନ ଜରା ନିବାସ ଶତାଧିକ ଅସହାୟ ବରିଷ୍ଟ ନାଗରିକଙ୍କୁ ଆଶ୍ରୟ ଦେବାସହ ବହୁ ବରିଷ୍ଟଙ୍କୁକୁ ଆପୋଷ ବୁଝାମଣା ଦ୍ୱାରା ନିଜ ଘରକୁ ଫେରାଇବାରେ ସକ୍ଷମ ହୋଇ ପାରିଛନ୍ତି। ଏଥିପାଇଁ ସାବତ ସମସ୍ତ ସଦସ୍ୟ ସଦସ୍ୟା ଶୁଭେଚ୍ଛୁ ଦାତାଙ୍କୁ ଅନୁଷ୍ଠାନ ପକ୍ଷରୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ଏହାର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବା ନେଇ ସୂଚନା ଦେଇଥିଲେ। ମହାନ୍ ସଂଘ ସାଧାରଣ ସମ୍ପାଦକ ପ୍ରସାନ୍ତ କୁମାର ପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରଭାକର ସାହୁ, ଇ ସୀମାଞ୍ଚଳ ଦାସ, ହରି କୃଷ୍ଣ ମିଶ୍ର, ମମତା ରଣା,ସୀମାଞ୍ଚଳ ପାଣିଗ୍ରାହୀ, ଆଶ୍ରମ ସମ୍ପାଦକ ରୁପକାନ୍ତ ସାମନ୍ତରା, ଉମାଶଙ୍କର ପାଣିଙ୍କ ସମେତ ବହୁ ଶୁଭେଚ୍ଛୁ ବିଶ୍ୱ ନିକେତନର ସେବାକୁ ପ୍ରସଂଶା କରିବା ସହ ସହୋଯୋଗର ହାତ ବଢ଼ାଇବାକୁ ପ୍ରତିସ୍ତୁତି ଦେଇଥିଲେ । ଶତାଧିକ ସଦସ୍ୟ ଶୁଭେଚ୍ଛୁ ଙ୍କ ଉପସ୍ଥିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସେଶରେ ନମିତା ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ