ସରକାରୀ ଜମିକୁ ହଳ କରି ଧାନତଳି ପକାଇବା ଘଟଣା: ପକ୍ଷ ରଖିଲେନି ଜବରଦଖଲକାରୀ

ହାଟଡିହି, (ଓ୍ବାଇଏନଏସ):କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନସ୍ଥ ବଡ଼ରମ୍ପାସ ଆର.ଆଇ. ସର୍କଲର ଧାନଘର ମୌଜାରେ ଥିବା ଏକ ଗୋଚର ଜମିକୁ ହଳ କରି ଧାନ ତଳି ପକାଇବା ଘଟଣାରେ ଜାରି ହୋଇଥିବା ନୋଟିସ(‘କ’ ଫର୍ମ) ଅନୁସାରେ ଜବରଦଖଲକାରୀ ମାନେ ପକ୍ଷ ରଖିଲେନି l ଫଳରେ ତହସିଲ ତରଫରୁ ଦ୍ଵିତୀୟ ଥର ପାଇଁ ନୋଟିସ (‘ଖ’ ଫର୍ମ ) ଜାରି ହୋଇଛି l ସ୍ଥାନୀୟ ଆରଆଇ ନିବେଦିତା ସାହୁ ଏ ନେଇ ପ୍ରକାଶ କରିଛନ୍ତି l ତେବେ ଜବରଦଖଲକାରୀ ମାନେ ପକ୍ଷ ନରଖିବା ଭିନ୍ନ କିଛି ସଂକେତ ଦେଉଥିବା କୁହାଯାଉଛି l ସୂଚନା ଯୋଗ୍ୟ, ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଧାନ ତଳି ପଡ଼ିଥିବା ଜମିଟି ଖେଳ ପଡିଆ ଭାବେ ବ୍ୟବହୃତ ହେଉଥିଲା l ଏହାର  ଉନ୍ନତିକରଣ ପାଇଁ ହାଟଡ଼ିହି ବ୍ଲକ ତରଫରୁ ଅନେକ ଥର ପ୍ରକଳ୍ପ ଅନୁମୋଦନ ହୋଇ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ ହୋଇଛି l ଏଠାରେ ପିଲାମାନେ ଖେଳା ଖେଳି କରିଥାନ୍ତି। କିନ୍ତୁ କିଛି ମୁଷ୍ଟିମୟ ଲୋକ ଜୋର ଜବରଦସ୍ତ ଖେଳ ପଡ଼ିଆକୁ  ହଳ କରି ଧାନତଳି ପକାଇଥିଲେ । ଫଳରେ ଉକ୍ତ ଜମିର ସ୍ଥିତାବସ୍ଥା ନଷ୍ଟ ହୋଇଗଲା l ଗ୍ରାମର ବୈଲୋଚନ ରାଉଳ , ଗଣେଶ୍ୱର ରାଉତ, ପଦ୍ମନାଭ ରାଉଳ, ରତ୍ନାକର ରାଉଳ, ସନାତନ ନାୟକ, ପ୍ରମୁଖ ଗ୍ରାମବାସୀ ମାନେ କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ତହସିଲଦାରଙ୍କୁ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଗ୍ରାମବାସୀ ମାନଙ୍କ ଅଭିଯୋଗ ଆଧାରରେ  ସ୍ଥାନୀୟ ଆରଆଇ ତଦନ୍ତ କରିଥିଲେ l ସରକାରୀ ଜମି ଜବରଦଖଲ ହୋଇଥିବା ସହ ହଳ କରି ଧାନ ତଳି ପକାଯାଇଥିବା ତଦନ୍ତରେ ଜଣାପଡିଥିଲା l ଫଳରେ ଓପିଏଲଇ ଆକ୍ଟ ଅନୁସାରେ ୭ ଜଣ ଜବରଦଖଲକାରୀଙ୍କୁ ଫର୍ମ ‘କ’ ନୋଟିସ ଜାରି କରାଯାଇ ଜବାବ ତଲବ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ