ବାଗଦେବୀ କଳାମନ୍ଦିରର ବାର୍ଷିକ ପରୀକ୍ଷା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ସହର ଉପକଣ୍ଠ ଭରତପୁର ସ୍ଥିତ ଜିଲ୍ଲାର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ବାଗଦେବୀ କଳାମନ୍ଦିରର ଛାତ୍ରଛାତ୍ରୀ ମାନେ ରାଜ୍ୟ ସଂସ୍କୃତି ବିଭାଗ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପରିଚାଳିତ ପରୀକ୍ଷାରେ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ଓଡ଼ିଶୀ ସଙ୍ଗୀତ, ଓଡ଼ିଶୀ ନୃତ୍ୟ ଓ ବାଦ୍ୟ ବିଭାଗର ସମୁଦାୟ ୧୨୫ ଜଣ ପରୀକ୍ଷାର୍ଥୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ତଥା ସଙ୍ଗୀତଗୁରୁ ସତ୍ୟପ୍ରିୟ ଦାସ, ମୁଖ୍ୟ ପରିଚାଳକ ଓ ସଙ୍ଗୀତ ମହାବିଦ୍ୟାଳୟର ମର୍ଦ୍ଦଳଗୁରୁ ଜଗନ୍ନାଥ ମିଶ୍ର ମୁଖ୍ୟ ପରୀକ୍ଷକ, ଓଡ଼ିଶୀ ନୃତ୍ୟଗୁରୁ ସଂଗୀତା ଦାସ ପରୀକ୍ଷକ ଭାବେ ଏଥିରେ ଅଂଶ ଗ୍ରହଣ କରି ସୁଚାରୁ ରୂପେ ପରୀକ୍ଷା ପରିଚାଳନା କରିଥିଲେ। ପ୍ରକାଶ ଥାଉ କି ଉକ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଆକାଶ ବାଣୀ, ଦୂରଦର୍ଶନ ତଥା ରାଜ୍ୟର ଅନେକ ମଞ୍ଚ ଏବଂ ରିଅଲିଟୀ ସୋରେ ନିଜର ଦକ୍ଷତା ପ୍ରତିପାଦନ କରି ଜିଲ୍ଲା ତଥା ରାଜ୍ୟରେ ପ୍ରତିଷ୍ଠା ଲାଭ କରିପାରିଛନ୍ତି।


