ଦୁର୍ଗମ ଜଙ୍ଗଲରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ମଦ ଜବତ , ୪ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର  ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇ ପ୍ରାୟ ୮ ହଜାର ୮୦୦ ଲିଟର ମଦ ପୋଚ ଓ ପ୍ରାୟ ୫ ଶହ ଲିଟର ମଦ ନଷ୍ଟ କରାଯିବା ସହ ୫୮୩ ଲିଟର ରନ୍ଧା ଦେଶୀମଦ ଓ ମଦ ରନ୍ଧା ସରଞ୍ଜାମ ଜବତ କରାଯାଇଛି। ମଦ ପ୍ରସ୍ତୁତି ଓ ଚୋରା ଚାଲାଣ ଅଭିଯୋଗରେ ପାଟପୁର ଥାନା  ଖଣ୍ଡଦୋଳି ଗ୍ରାମର ପ୍ରଫୁଲ୍ଲ ବିଷୋୟୀ(୫୭),ପ୍ରମିଳା ବିଷୋୟୀ(୪୫) ଏବଂ ରାଜନାପଲ୍ଲୀ ଗ୍ରାମର ରମେଶ ବଳିୟାରସିଂ(୫୦) ଙ୍କୁ ଗିରଫ କରାଯାଇଥିଲା।ଅଭିଯୁକ୍ତ ପ୍ରଫୁଲ୍ଲ ଙ୍କ ଠାରୁ ୬୦ ଲିଟର,ପ୍ରମିଳା ଙ୍କ ଠାରୁ ୧୦ ଲିଟର ଏବଂ ରମେଶ ଙ୍କ ଠାରୁ ୧୩ ଲିଟର ବେଆଇନ ରନ୍ଧା ଦେଶୀମଦ ଜବତ କରାଯାଇଛି।ଦିଗପହଣ୍ଡି ଅବକାରୀ ଥାନା ମାମଲା ନଂ.୮୭/୨୬-୨୬,୮୮/୨୬-୨୭ ଏବଂ ୮୯/୨୬-୨୭ ଅନୁଯାୟୀ ୩ ଟି ମାମଲାରେ ଅଭିଯୁକ୍ତ ମାନଙ୍କୁ  ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୋର୍ଟ କୁ ଚାଲାଣ କରାଯାଇଛି। ଅଭିଯୁକ୍ତ ପ୍ରଫୁଲ୍ଲ ଏବଂ ରମେଶ ଙ୍କ  ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟ ଙ୍କୁ  ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ଅଭିଯୁକ୍ତା ପ୍ରମିଳା ଙ୍କ ଜାମିନ ଆବେଦନ ମଞ୍ଜୁର ହୋଇଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଛି।ଏହି ଚଢାଉ ଧରପଗଡ ରେ ଦିଗପହଣ୍ଡି ଅବକାରୀ ଥାନା ଓଆଇସି ସସ୍ମିତା ମଲ୍ଲିକ,ଏଏସଆଇ ଏନ୍.ତ୍ରିପତି,କନେଷ୍ଟବଳ ରାଜେଶ ଜେନା,ବଳରାମ ପାତ୍ର,ଏସ.କେ.ରାଜେଶ ଉଦ୍ଦିନ୍, ଆଲଫ ଲତା ସାହୁ , ଚିକିଟି ଅବକାରୀ ଥାନା ଓଆଇସି ସଞ୍ଜୟ ଭୁକ୍ତା,ଏଏସଆଇ ସୁଶାନ୍ତ କଅଁର,କନେଷ୍ଟବଳ ଗୋବିନ୍ଦ ବେହେରା,ପ୍ରଫୁଲ୍ଲ ବେହେରା,ସୂର୍ଯ୍ୟ ଜେନା ଏବଂ ଦିବ୍ୟ କଅଁର ସାମିଲ ଥିଲେ। ଦୀର୍ଘଦିନ ହେଲା ସମ୍ପୃକ୍ତ ଦୁର୍ଗମ ଜଙ୍ଗଲରେ ମଦ ମାଫିଆ ମାନେ ଚୋରା ରେ ବେଆଇନ ରନ୍ଧା ଦେଶୀମଦ ପ୍ରସ୍ତୁତ କରି ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମାନଙ୍କୁ ଚାଲାଣ କରୁଥିବା ଜଣାପଡିଛି।ଗୋଇନ୍ଦା ସୂଚନା କୁ ଭିତ୍ତିକରି  ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଭାବେ ଏହି ଚୋରା ମଦ କାରଖାନା ଉପରେ ଚଢାଉ କରାଯାଇଥିବା ଦିଗପହଣ୍ଡି ଅବକାରୀ ଓଆଇସି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ