ବନ୍ୟାବିପନ୍ନଙ୍କ ପାଖରେ ପହଞ୍ଚି ସୁଖ ଦୁଃଖ ପଚାରି ବୁଝିଲେ ପ୍ରଣବ ପ୍ରକାଶ ଦାସ

ଧାମନଗର (ଓ୍ବାଇଏନଏସ): ଚଳିତ ବର୍ଷ ଲଘୁଚାପ ଜନିତ ଲଗାତର ବର୍ଷା ଯୋଗୁଁ ଧାମନଗର ଅଞ୍ଚଳକୁ ପଞ୍ଚମ ଥର ଆସିବାରୁ ଲୋକମାନେ ଆତଙ୍କିତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୁରୁବାର ଦିନ ବିଜେଡି ବରିଷ୍ଠ ନେତା ପଡୋଶୀ ଜିଲ୍ଲା ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ଓ ହସନାବାଦ ଆଦି ବିଭିନ୍ନ ପଞ୍ଚାୟତ ଗ୍ରସ୍ତ କରି ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ବନ୍ୟାବିପନ୍ନ ପରିବାରଙ୍କୁ ଭେଟି ଦୁଃଖ,ସୁଖ  ଯନ୍ତ୍ରଣା ଓ ଆବଶ୍ୟକତାକୁ ନିଜେ ଶୁଣିଲେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ବବି ଦାସ। ଘରଦ୍ୱାର ଓ ଚାଷଜମି ହରାଇ ବନ୍ୟାରେ ଅସହାୟ ହୋଇପଡ଼ିଥିବା ପରିବାରଙ୍କ ପାଖରେ ବସି ସେମାନଙ୍କ ସମସ୍ୟା ଶୁଣିବା ସହ ରିଲିଫ୍,ପାଲ ଓ ଅନ୍ୟାନ୍ୟ ଜରୁରୀ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ଧାମନଗରରେ ବାରମ୍ବାର ବନ୍ୟା ଆସି ଲୋକଙ୍କ ଜୀବନ ଓ ଜୀବିକାକୁ ପ୍ରଭାବିତ କରୁଥିବାରୁ ଏହାର ସ୍ଥାୟୀ ସମାଧାନ ଏବେ ସମୟର ସବୁଠାରୁ ବଡ଼ ଦାବି। ଅସ୍ତକ ନିକଟରେ ଦୃଢ଼ ଘେରିବନ୍ଧ ନିର୍ମାଣ ସହ ବନ୍ୟା ନିୟନ୍ତ୍ରଣ ପାଇଁ ଦୀର୍ଘମିଆଦୀ ପଦକ୍ଷେପ ନେବାକୁ ସରକାରୀ ସ୍ତରରେ ଆଲୋଚନା ଓ ଦାବି ଉଠାଯିବ ବୋଲି କହିଛନ୍ତି। ଏହି ଗସ୍ତ ସମୟରେ ଧାମନଗର ନିର୍ବାଚନମଣ୍ଡଳୀର ବିଜେଡି ନେତା ଡାକ୍ତର ସଞ୍ଜୟ ଦାସ, ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ,ସାରଦା ପ୍ରସନ୍ନ ସାହୁ,ସରପଞ୍ଚ ଅଜୟ କୁମାର ମଲ୍ଲିକ, ଶରିତା ମହାନ୍ତି,ବ୍ଲକ ସଭାପତି ପ୍ରତାପ ସାମଲ,ବିଜେଡି ନେତା ଉମେଶ ମହାନ୍ତି,ଭାରତ ବିଜୟ ଦଳେଇ,ଜ୍ଞାନରଞ୍ଜନ ମହାକୁଡ଼, ସୁଶାନ୍ତ କୁମାର ରାଉତ, ବଜେନ୍ଦ୍ର ମହାନ୍ତି, ରାଜେନ୍ଦ୍ର ପଲାଇଙ୍କ ସମେତ ଯୁବ ସରପଞ୍ଚ, ସମିତି ସଭ୍ୟ ଏବଂ ବ୍ଲକ-ଏନ୍‌ଏସି ସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିବା ବେଳେ ବିପଦ ଓ ବନ୍ୟା ସମୟରେ ବନ୍ୟା ବିପନ୍ନଙ୍କ ଦୁଃଖରେ ସାଥୀ ହେବା ହିଁ ପ୍ରକୃତ ଜନସେବା ବୋଲି ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ନେତାଙ୍କୁ ପରାମର୍ଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ