ବିଶିଷ୍ଟ ବ୍ୟବସାୟୀ ପଞ୍ଚାନନ ହୋତାଙ୍କ ପରଲୋକ
ଗୁଣପୁର (ୱାଇଏନଏସ) : ଗୁଣପୁର ସହରର ପୁରୁଣା ଷ୍ଟେଟ ବ୍ୟାଙ୍କ ସାହିରେ ଜେରେକ୍ସ,ଖାତା ବହି ଦୋକାନ କରୁଥିବା ବ୍ୟବସାୟ ପଞ୍ଚାନନ ହୋତା (୬୦)ଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହାସପାତଳରେ ପରଲୋକ ଘଟିଛି। ସେ ହଠାତ ବ୍ରେନ ଷ୍ଟ୍ରୋକ ଆଘାତରେ ପିଢିତ ହୋଇ ପ୍ରଥମେ ଶ୍ରୀକାକଲମ କିମସ ହସ୍ପିଟାଲରେରେ ଭର୍ତ୍ତି ହୋଇଥିଲେ। ସେଠାରେ ଵିଶେଷ ଉନ୍ନତି ନହେବାରୁ ଦୁଇ ଦିନ ପୂର୍ବରୁ ଭୁବନେଶ୍ୱର ସୋମ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ତେବେ ସେ ଶୁକ୍ରବାର ରାତିରେ ନିଶ୍ଵାସ ତ୍ୟାଗ କରିଥିଲେ। ସୂଚନାଯୋଗ୍ୟ ଗତ ଜୁଲାଇ ୧୪ ତାରିଖରେ ପୁଲିଗୁମି ମନ୍ଦିର ନିକଟରେ ବାଇକ ଦୁର୍ଘଟଣାରେ ସ୍ଵର୍ଗତଃ ହୋତା ଏବଂ ତାଙ୍କ ପତ୍ନୀ ଅସ୍ମିତା ଗୁରୁତ୍ବର ରୂପେ ଆହତ ହୋଇଥିଲେ। ସେମାନେ ଶ୍ରୀକାକଲମରୁ ପ୍ରାୟ ସୁସ୍ଥ ହୋଇ ଘରକୁ ଫେରିଯାଇଥିଲେ। ଏହାର ଅଳ୍ପ ଦିନ ପରେ ଦୁର୍ଭାଗ୍ୟକୁ ସକାଳେ ସ୍ନାନଗାରରେ ପଡିଯାଇ ବ୍ରେନ ଷ୍ଟ୍ରୋକ ଆଘାତରେ ସ୍ଵର୍ଗତଃ ହୋତା ଗୁରୁତ୍ବର ହୋଇପଡିଥିଲେ। ଶେଷ ସମୟରେ ପତ୍ନୀ ଅସ୍ମିତା,ଦୁଇ ଝିଅ ନିବେଦିତା, ଇପ୍ସିତା, ଦୁଇ ଭାଇ ଶିକ୍ଷକ ପ୍ରସନ୍ନ ଏବଂ ଅଧ୍ୟାପକ ପ୍ରଶାନ୍ତ,ଭଣଜା ଓଁମ ଏବଂ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ। ସ୍ଵର୍ଗତଃ ହୋତା ଜଣେ ସଫଳ ବ୍ୟବସାୟୀ କର୍ମଠ ଓ ଧାର୍ମିକ ସମ୍ପନ ବ୍ୟକ୍ତି ରୂପେ ପରିଚିତ ଥିଲେ। ତାଙ୍କ ମରଶରୀରକୁ ପୁରୀ ସ୍ଵର୍ଗଦ୍ଵାରରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ବିୟୋଗରେ ଗୁଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଦିବଙ୍ଗତ ସ୍ଵର୍ଗତଃ ହୋତାଙ୍କ ସମାନର୍ଥେ ପୁରୁଣା ଷ୍ଟେଟ ବ୍ୟାଙ୍କ ଛକରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ବନ୍ଦ ରଖାଯାଇଥିଲା।


