ଅଗ୍ନିପଥ ଯୋଜନା ଅଧୀନରେ ସେନାନିଯୁକ୍ତି ରାଲି

କଟକ,(ଓ୍ବାଇଏନଏସ): ସେନା ନିଯୁକ୍ତି କାର୍ଯ୍ୟାଳୟ , କଟକ ପକ୍ଷରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ଭର୍ତ୍ତି ରାଲି ଆସନ୍ତା ସେପ୍ଟେମ୍ବର ୦୩ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମଠାରେ ଆୟୋଜିତ ହେବ । ଏହି ରାଲିରେ କଟକ , ପୁରୀ , ବାଲେଶ୍ଵର , ମୟୂରଭଞ୍ଜ , ଭଦ୍ରକ , ଜଗତସିଂହପୁର , ଯାଜପୁର , କେନ୍ଦ୍ରାପଡା , ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାର ପ୍ରାର୍ଥୀମାନେ ଅଂଶଗ୍ରହଣ କରିବେ । ରାଲିରେ ରେଗୁଲାର କ୍ୟାଡର ବର୍ଗ ସିପାହୀ ଫାର୍ମା , ସୋଲଜର ଟେକ ନର୍ସିଂ ଆସିଷ୍ଟାଣ୍ଟ, ହାବିଲଦାର ଏଜୁକେଶନ ଏବଂ ଧର୍ମ ଶିକ୍ଷକ ସହିତ ଓଡିଶା,ପଶ୍ଚିମବଙ୍ଗ ଓ ସିକିମ ରାଜ୍ୟ ପାଇଁ ଅଗ୍ନିବୀର କ୍ଳର୍କ ଷ୍ଟୋର କିପର ଟେକନିକାଲ ନିଯୁକ୍ତି ମଧ୍ୟ ସାମିଲ ରହିବ । ଅନଲାଇନ ସାଧାରଣ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କୁ ସେମାନଙ୍କ ଆଡମିଟ କାର୍ଡରେ ଉଲ୍ଲେଖ ଥିବା ତାରିଖ ଅନୁଯାୟୀ ଫିଜିକାଲ ଫିଟନେସ ଟେଷ୍ଟ ଏବଂ ମେଡିକାଲ ପରୀକ୍ଷା ପାଇଁ ଉପସ୍ଥିତ ହେବାକୁ ପଡିବା । ପ୍ରାର୍ଥୀମାନଙ୍କର ଆଡମିଟ କାର୍ଡ ସେମାନଙ୍କର ପଞ୍ଜୀକୃତ ଇମେଲ ଆଇଡିକୁ ପଠାଯାଇସାରିଛି । ଏହା ବ୍ୟତୀତ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ www.joinindianarmy.nic.in ରେ ସେମାନଙ୍କ ପ୍ରୋଫାଇଲରେ ଲଗଇନ କରି ମଧ୍ୟ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଏଥିସହ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ରାଲି ସମୟରେ ସେମାନଙ୍କର ଅରିଜିନାଲ/ ମୂଳ ଦସ୍ତାବିଜ କୌଣସି ଅଜଣା ବ୍ୟକ୍ତି , ଦଲାଲ କିମ୍ବା ଏଜେଣ୍ଟଙ୍କୁ ହସ୍ତାନ୍ତର କରନ୍ତୁ ନାହିଁ । ଏପରି କୌଣସି ଘଟଣା ସାମ୍ନାକୁ ଆସିଲେ ତୁରନ୍ତ ସ୍ଥାନୀୟ ପୋଲିସ କିମ୍ବା ସେନା ନିଯୁକ୍ତି କାର୍ଯ୍ୟାଳୟ , କଟକର କର୍ମଚାରୀଙ୍କୁ ସୂଚନା ଦିଅନ୍ତୁ ଯୋଗାଯୋଗ କିମ୍ବା ପଚରାଉଚରା ପାଇଁ ପ୍ରାର୍ଥୀମାନେ ସେନା ନିଯୁକ୍ତି କାର୍ଯ୍ୟାଳୟ, କଟକ ସହ ଯୋଗାଯୋଗ କରିପାରିବେ, ଲ୍ୟାଣ୍ଡଲାଇନ – ୦୬୭୧-୨୩୦୫୮୮୦, ମୋବାଇଲ – ୯୪୩୭୧୬୨୨୮୦।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ