ଜୁଆ ଆଡ୍ଡାରେ ଚଢାଉ : ୩୬ ହଜାର ଟଙ୍କା ଓ ୨ ବାଇକ ଜବତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟା ରେ ଚାଲିଥିବା ଜୁଆଆଡ୍ଡା ରେ ପୋଲିସ ଟିମ୍ ଚଢ଼ାଉ କରିବା ବେଳେ ପୋଲିସ କର୍ମଚାରୀ ଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ରେ କେ. ନୂଆଗାଁ ଥାନା ଏଏସଆଇ ସି. ତାରକେଶ୍ୱର ରାଓ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛନ୍ତି।ଅଭିଯୁକ୍ତ ଜଣକ ହେଲେ ଜରଡା ଥାନା ନୂଆପେଣ୍ଠ ଗ୍ରାମରେ ରହୁଥିବା ପଦାଦିଗି ଗ୍ରାମର ବୁଲୁ ଚୌଧୁରୀ(୪୭)। ଥାନା ମାମଲା ନଂ.୧୯୧/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା -୧୧୨(୨)/୩୧୮(୪)/୧୦୯(୧)/୩(୫) ଏବଂ ୩ ଓପିଜି ଆକ୍ଟ ଅନୁଯାୟୀ ଜାମିନ ଖାରଜ ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଶୁକ୍ରବାର ଅପରାହ୍ନ ପ୍ରାୟ ୪ ଟାରେ ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟା ରେ ଏକ ବଡ଼ ଧରଣର ଜୁଆଆଡ୍ଡା ଚାଲିଥିବା ନେଇ ଆଇଆଇସି ବିଶ୍ୱଜିତ ନାୟକ ଙ୍କୁ ସୂଚନା ମିଳିଥିଲା। ଆଇଆଇସି ଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ସୁବାସ ଚନ୍ଦ୍ର ବାୟକ ଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜୁଆ ଆଡ୍ଡା ରେ ଅତର୍କିତ ଚଢାଉ କରିଥିଲେ।ପୋଲିସ କୁ ଦେଖି ବହୁସଂଖ୍ୟକ ଜୁଆଡି ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ।ସେଠାରେ ଜୁଆ ଖେଳୁଥିବା ଡ଼ଭାର ଗ୍ରାମର ନରସିଂହ ସାହୁ ଓରଫ ପାଗି,ନୂଆପେଣ୍ଠ ଗ୍ରାମରେ ରହୁଥିବା ପଦାଦିଗି ଗ୍ରାମର ବୁଲୁ ଚୌଧୁରୀ, ଚାନ୍ଦପୁର ଗ୍ରାମର ଶିବରାମ ପ୍ରଧାନ ଏବଂ ଗୌଡ଼ଗାଁ ର ଶ୍ରୀନିବାସ ସାହୁ ଙ୍କୁ ପୋଲିସ କର୍ମଚାରୀ ମାନେ ଧରି ଦେବାରୁ ନରସିଂହ ଏବଂ ବୁଲୁ କନେଷ୍ଟବଳ ବିଭୁ ପ୍ରସାଦ ମିଶ୍ର,ତପନ କୁମାର ଡାକୁଆ ଙ୍କ ଗଳା କୁ ଚାପି ଧରି ମାଡ଼ ମାରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରେ ବୁଲୁ ଙ୍କୁ ପୋଲିସ ଟିମ୍ ମାଡ଼ି ବସିଥିଲେ। ସେଠାରେ ଜୁଆ ଖେଳୁଥିବା ଚାନ୍ଦପୁର ଗ୍ରାମର ଶିବରାମ ପ୍ରଧାନ ଏବଂ ଗୌଡ଼ଗାଁ ର ଶ୍ରୀନିବାସ ସାହୁ ଙ୍କୁ ଗିରଫ କରାଯିବା ପରେ ଉଭୟେ ଦୋଷ ସ୍ବୀକାର କରିବାରୁ ସେ ଦୁହିଁ ଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା – ୩୫(୩) ଅନୁଯାୟୀ ନୋଟିସ ଦେଇ କୋର୍ଟ ରେ ହାଜର ହେବାକୁ ସର୍ତ୍ତ ରେ ଛଡାଯାଇଥିବା ଜଣାପଡ଼ିଛି।ଜୁଆଆଡ୍ଡା ରୁ ପୋଲିସ ,୩୬ ହଜାର ୯୧୦ ଟଙ୍କା,୨ ଟି ମୋବାଇଲ ଫୋନ୍,୨ ଟି ବାଇକ, ତାର୍ପୋଲିନ ଜରିପାଲ,୧ ମୁଠା ତାସ ଜବତ କରି ଫେରିଥିଲେ।ଏନେଇ ଏଏସଆଇ ସୁବାସ ଚନ୍ଦ୍ର ବାୟକ ଙ୍କ ଏତଲା କ୍ରମେ ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରାଯାଇଥିଲା। ଅଭିଯୁକ୍ତ ମାନଙ୍କୁ ପଚରା ଉଚୁରା କରିବାରେ ଡ଼ଭାର ଗ୍ରାମର ନରସିଂହ ସାହୁ ଓରଫ ପାଗି ଏବଂ ଅନ୍ୟ କିଛି ବ୍ୟକ୍ତି ଏହି ଜୁଆଆଡ୍ଡା ପରିଚାଳନା କରିବା ସହ ସେଠାରେ ଜୁଆ ଖେଳୁଥିଲେ ବୋଲି କହିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।


