ବନ୍ୟା ପ୍ରଭାବିତଙ୍କୁ ସହଯୋଗର ହାତ ବଢାଇଲେ ସାମାଜିକ କର୍ମୀ
ବରୀ,(ଚୈତନ୍ୟ ଜେନା) : ବ୍ରାହ୍ମଣୀ ନଦୀର ବନ୍ୟା ଅଞ୍ଚଳରେ ପ୍ରଭୂତ କ୍ଷତି ଘଟାଇଛି। ଏଥିରୁ ବାଦ ପଡିନି ବରୀ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବରୀ ବ୍ଲକ ଅଟିରା ପଞ୍ଚାୟତ। ଏହି ପଞ୍ଚାୟତର ଅରୁଆଳ ଏବଂ ଅନ୍ୟଟି ବାଙ୍କ ସାହି ଠାରେ ଘାଇ ହେବା ଦ୍ୱାରା ବନ୍ୟା ଜଳ ପଞ୍ଚାୟତର ପ୍ରାୟ ସମସ୍ତ ୱାର୍ଡର ରାସ୍ତା ଘାଟ ଏବଂ ଘର ଦ୍ୱାର ପାଣି ପଶିବା ସହ ଲୋକେ ଜଳବନ୍ଦୀର ଶିକାର ହୋଇଛନ୍ତି। ଏହାକୁ ଆଖି ଆଗରେ ରଖି ପଂଚାୟତର ଯୁବ ନେତା ଶେଷଦେବ ମହାନ୍ତି(କୁନୁ )ଙ୍କ ନେତୃତ୍ୱରେ ସରପଞ୍ଚ କୈଳାଶ ମଲିକ, ସମିତି ସଭ୍ୟ ପ୍ରୀତିରଞ୍ଜନ ଜେନା, ନିର୍ବାହୀ ଅଧିକାରୀ ପୂର୍ଣଚନ୍ଦ୍ର ନାୟକ ପ୍ରମୁଖ ବିପଦପୂର୍ଣ୍ଣ ଭାବେ ପାଣି ଭିତରେ ପଶି ଏକ ଚାରିଚକିଆ ଯାନରେ ବିଭିନ୍ନ ସ୍ଥାନ ମାନଙ୍କରେ ଶୁଖିଲା ଖାଦ ଦେବା ସହ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି। ଏହାରି ମଧ୍ୟରେ ଆଜି ସେହି ଯାନ ଟି ପାଣି ଭିତରେ ଏକ ବୃହତ ଖାଲ ଭିତରକୁ ପଶି ଯାଇଥିଲା। ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତୀ ଯାଇଛନ୍ତି ପଞ୍ଚାୟତର ଲୋକେ କିଭଳି ଏଭଳି ସମୟରେ ସହଯୋଗ ପାଇବେ ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ। ବନ୍ୟା ଜଳ ପ୍ରବେଶ ଦିନରୁ ସେ ଅନବରତ ଭାବେ ପ୍ରଶାସନକୁ ସାଙ୍ଗରେ ନେଇ ଏବଂ ନିଜର ବ୍ୟକ୍ତିଗତ ସାହାଯ୍ୟ ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି। ଶ୍ରୀ ମହାନ୍ତି ବ୍ଲକ ଏବଂ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇବା ସହ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।


