ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ନାଉଗାଁ ,(ପ୍ରଦୋଷ ମହାନ୍ତି):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟର ନାଉଗାଁ ଶାଖା ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଆମ ଦେଶ ଭାରତ ଓ ନେପାଳରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ତରଫରୁ ପ୍ରତିବର୍ଷ ଅଗଷ୍ଟ ମାସ ୨୦ ତାରିଖରୁ ୨୫ ପର୍ଯ୍ୟନ୍ତ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ନାଉଗାଁ ଶାଖା ଏବଂ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ସଂଗ୍ରାମ ମହାନ୍ତିଙ୍କ ମିଳିତ ତତ୍ବାବଧାନରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା | ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନାଉଗାଁ ଥାନାଧିକାରୀ ଦେବାଶିଷ ପଣ୍ଡା, ପ୍ରାକ୍ତନ ପ୍ରଧ୍ୟାପକ ସରୋଜ ନାୟକ, ସମାଜସେବୀ ରବୀନ୍ଦ୍ର ପଟ୍ଟନାୟକ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ | ଏହି ମହତ କାର୍ଯ୍ୟକ୍ରମରେ ଜଗତସିଂହପୁର ଓଡ଼ିଶା ବ୍ଲଡ଼ ବ୍ୟାଙ୍କର ଅପରାଜିତା ସାହୁ,ଜ୍ୟୋତିର୍ମୟୀ ଦାସ, ସୁଧାଂଶୁ ଜେନା, ଶୁଭ୍ରାଂଶୁ ଜେନା,ଗୋପବନ୍ଧୁ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିବା ବେଳେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟର ବିକେ ପ୍ରତିମା, ବିକେ ତପନ,ବିକେ ସରୋଜ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |


