ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଳୟରେ ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ
ବରୀ,(ଚୈତନ୍ୟ ଜେନା) : ବର୍ଷ ପରେ ବର୍ଷ ବିତି ଚାଲିଛି ଅନୁଷ୍ଠାନକୁ କେବେ ନବାଗତ ଆସୁଛନ୍ତି ପୁଣି ଯାଉଛନ୍ତି କିଛି ସ୍ମୃତିକୁ ସାଉଁଟି ଭବିଷ୍ୟତ ଜୀବନ ହାଟରେ ସୋଉଦା କରୁଛନ୍ତି । ପୁଣି ସେହି ଧାରାରେ ୨୦୨୬ ଶିକ୍ଷା ବର୍ଷରେ ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଳୟର ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରବିନ୍ଦ୍ର କୁମାର ଦାସ ସଭାପତିତ୍ୱ କରିଥିବା ବେଳେ +୩ ଦ୍ୱିତୀୟ ଓ ତୃତୀୟ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରତ୍ୟେକ ପିଲାଙ୍କୁ ପୁଷ୍ପଗୁଛ ସହିତ ମିଷ୍ଠାନ ପ୍ରଦାନ କରାଯାଇ ସ୍ୱାଗତ କରାଯାଇ ଏକ ସୁନ୍ଦର ପରିବେଶ ସୃଷ୍ଟି ହେବାର ଦେଖା ଯାଇଥିଲା । ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ଅର୍ଥନିତୀ ବିଭାଗୀୟ ଅଧ୍ୟାପକ ଡ.ଦାମୋଦର ସାହୁ, ଓଡିଆ ଷାଷା ସାହିତ୍ୟ ବିଭାଗୀୟ ଅଧ୍ୟାପିକା ସୁଧାଂଶୁବାଳା ସ୍ୱାଇଁ , ଇଂଗ୍ରାଜୀ ଅଧ୍ୟାପିକା ସୁଶ୍ରୀ ସଂଗୀତା ଜେନା, ଗଣିତ ବିଭାଗ ଅଧ୍ୟାପିକା ନମିତା ସାମଲ,ଗ୍ରନ୍ଥାଗାରିକା ସ୍ୱର୍ଣ୍ଣପ୍ରଭା ମହାନ୍ତି, ପଦାର୍ଥ ବିଜ୍ଞାନ ଅଧ୍ୟାପିକା ମଧୁସ୍ମିତା ରାଉତ, ଇତିହାସ ବିଭାଗ ଅଧ୍ୟାପକ ହିମାଂଶୁ ଶେଖର ପ୍ରଧାନ, ବାଣିଜ୍ୟ ବିଭାଗ ଅଧ୍ୟାପକ ବରଦା ପ୍ରସନ୍ନ ସାହୁ, ରସାୟନ ବିଜ୍ଞାନ ଅଧ୍ୟାପକ ରଣେନ୍ଦ୍ର ପ୍ରତାପ ମିଶ୍ର, ରଶ୍ମିରଂଜନ ଜେନା, ଧିରେନ୍ଦ୍ର କୁମାର ସାମଲ ପୂଭୃତି ଯୋଗଦାନ କରି ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଡ.ଦାସ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ଆମର ଆଦର୍ଶ ଓ ପ୍ରଣମ୍ୟ ପୁରୁଷ ତାଙ୍କ ସ୍ମୃତିରେ ଏହି ଅନୁଷ୍ଠାନ ଆଜି ସଦର୍ପେ ଦଣ୍ଡାୟମାନ ଏପରି ମହାନ ମହାପୁରୁଷ ଙ୍କ ନାମରେ ନାମିତ ମହାବିଦ୍ୟାଳୟର ତୁମେ ମାନେ ଛାତ୍ର ଛାତ୍ରୀ । ଏହି ଦୃଷ୍ଟିରୁ ମୋର ଛାତ୍ର ଛାତ୍ରୀ ମାନେ ନିଶ୍ଚୟ ଗରିୟାନ ବୋଲି ମୁଁ ମୁକ୍ତ କଣ୍ଠରେ ପ୍ରକାଶ କରୁଛି । ତେବେ ଉକ୍ତ ଅନୁଷ୍ଠାନର ଅର୍ଥନିତି ବିଭାଗ ଅଧ୍ୟାପକ ଡ. ଦାମୋଦର ସାହୁ ଅର୍ଥନୀତି ବିଭାଗରେ ସମ୍ମାନ ଜନକ ଡକ୍ଟରେଟ ଉପାଧି ପ୍ରାପ୍ତ ହୋଇଥିବାରୁ ଅନୁଷ୍ଠାନ ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୈାକନ ପ୍ରଦାନ କରାଯାଇ ମହାବିଦ୍ୟାଳୟ ତରଫରୁ ସମ୍ମାନୀତ କରାଯାଇଥିଲା । ଏତଦ୍ ଭିନ୍ନ ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ଅଭିମନ୍ୟୁ ସାହିତ୍ୟର ଗବେଷକ କବି ଶରତ କୁମାର ଜେନାଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରେସକ୍ଲବ ୱେଲଫେୟାର ୱାଲଡ୍ ୱାଇଡ୍ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ନୂଆ ଦିଲ୍ଲୀ ସ୍ଥିତ ଜ୍ଞାନଦାନ ଅନୋରାରୀ ଡକ୍ଟରେଟ୍ ଆୱାର୍ଡ ପ୍ରଦାନ କରାଯାଇଥିବାରୁ ଅନୁଷ୍ଠାନ ତାଙ୍କୁ ମଧ୍ୟ ଉପଢୈାକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲା । ଅଧ୍ୟାପକ ହିମାଂଶ ୁଶେଖର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


