ରକ୍ତଦାନ ଶିବିର ଅନୁଷ୍ଠିତ

ହାଟଡିହି (ଓ୍ବାଇଏନଏସ): ସେଣ୍ଟ ଜାଭିଅର ହାଇସ୍କୁଲ ଓ ସମ୍ବାଦ ଆମ ଓଡିଶା ପକ୍ଷରୁ ସେଣ୍ଟ ଜାଭିଅର ହାଇସ୍କୁଲ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସମାଜସେବୀ ଇଂ. ଉଦୟ ନାଥ କର ଏବଂ  ଆମ ଓଡ଼ିଶାର ପ୍ରତିନିଧି କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଏହି ଶିବିର ଆୟୋଜିତ ହୋଇଥିଲା। ଶିବିରରେ ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତସିଂହାର, ମିଶନ ଶକ୍ତିର ସାଂସଦ ପ୍ରତିନିଧି ମିନତୀ ମହାପାତ୍ର ଏବଂ ଶ୍ରେଷ୍ଠ ରକ୍ତଦାତା ଶରତ କୁମାର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରର ଉଦ୍‌ଘାଟନ କରିଥିଲେ। ରକ୍ତଦାନ ଏକ ମହତ୍‌ ସେବା। ଜଣେ ରକ୍ତଦାତାଙ୍କ ଦାନ କରିଥିବା ରକ୍ତ ଅନେକ ସମୟରେ ଜଣେ ଆବଶ୍ୟକତାପୂର୍ଣ୍ଣ ରୋଗୀଙ୍କ ଜୀବନ ରକ୍ଷାରେ ସହାୟକ ହୋଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ, ସମାଜସେବୀ ଧବଳେଶ୍ୱର ପଟ୍ଟନାୟକ, ପରମେଶ୍ୱର ମଲ୍ଲିକ, ସାମ୍ବାଦିକ ପାର୍ଥ ସୌରଭ ସା, ବିକାଶ ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ମହତ୍‌ ଉଦ୍ଦେଶ୍ୟରେ ଆୟୋଜିତ ଶିବିରରେ ସ୍ୱେଚ୍ଛାସେବୀ ଓ ରକ୍ତଦାତାମାନେ ଉତ୍ସାହର ସହ ଯୋଗଦେଇଥିଲେ।
ସମାଜରେ ରକ୍ତଦାନ ପ୍ରତି ସଚେତନତା ସୃଷ୍ଟି କରିବା ସହ ଆବଶ୍ୟକ ସମୟରେ ରକ୍ତର ଅଭାବ ଦୂର କରିବା ଦିଗରେ ଏଭଳି ଶିବିରର ଗୁରୁତ୍ୱ ରହିଛି। ସେଣ୍ଟ ଜାଭିଅର ହାଇସ୍କୁଲର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ଆନନ୍ଦପୁର ରକ୍ତଭଣ୍ଡାର ପକ୍ଷରୁ ଡାକ୍ତର ପ୍ରିତିଶ ସାହୁ, ସ୍ନେହାମୟୀ ମିଶ୍ର, ଏଲ. ଟି ସୁଦର୍ଶନ ବେହେରା, ଶରତ ଚନ୍ଦ୍ର ଓଝା, ମଙ୍ଗୁଳି ଚରଣ ସାହୁ, ପୂର୍ଣ୍ଣ ଚନ୍ଦ୍ର ମାଝୀ ପ୍ରମୁଖ ରକ୍ତଦାତା ଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଜୟ କୁମାଇ ପହି, ଦେବେନ୍ଦ୍ରନାଥ ପାଢୀ, ଦୟାନିଧି ଚିନରା, ହିମାଂଶୁ ରଞ୍ଜନ ବାରିକ, ସୁଦିପ୍ତ ଦାଶ, ପ୍ରଶାନ୍ତ କୁମାର ଦାଶ, ସଂଗ୍ରାମ କେଶରୀ ପଟ୍ଟନାୟକ, ଚନ୍ଦ୍ରଶେଖର ବାରିକ, ତନୁଶ୍ରୀ ତନୟା ପହି, ଶୁଭଶ୍ରୀ ପଣ୍ଡା, ଉର୍ମୀ ମହାନ୍ତି, ବିଷ୍ଣୁପ୍ରିୟା ଦାଶ, ଭାଗ୍ୟଶ୍ରୀ ସାହୁ, ପ୍ରୀତିନନ୍ଦା ମଲ୍ଲିକ, ଚିନ୍ମୟୀ ସାହୁ, ଏସ୍. ବି. ସାଇମଗ୍ନା, ସାଇକ୍ଲିଷ୍ଣା ଜେନା, ମୋନାଲିସା ବାରିକ୍, ବିଶ୍ବବନ୍ଦିତା ଜେନା, ସ୍ଵପ୍ନ ରାଣୀ ନାୟକ ଏବଂ ସହକର୍ମୀ ମଞ୍ଜୁଲତା ଖୁଣ୍ଟିଆ, ମନୋରମା ସେଠୀ, ଅଜୟ ସେଠୀ ଓ ଉର୍ମିଳା ସେଠୀଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଶିବିର ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ