ପାରଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପବିତ୍ର “ରକ୍ଷାବନ୍ଧନ” କାର୍ଯ୍ୟକ୍ରମ ବହୁ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନେ ପରସ୍ପରକୁ ରକ୍ଷାସୂତ୍ରର ପ୍ରତୀକ ରାକ୍ଷୀ ବାନ୍ଧି ସମସ୍ତଙ୍କର ଶୁଭ ମନାସିଛନ୍ତି । କାର୍ଯ୍ୟକ୍ରମର ଶେଷରେ ସ୍କାଉଟ୍ , ଗାଇଡ୍ ତଥା ଛାତ୍ରଛାତ୍ରୀ ମାନେ ସହରରେ ଥିବା ସରକାରୀ କାର୍ଯ୍ୟାଳୟ , ବିଶିଷ୍ଟ ବ୍ୟକ୍ତି , ଶୁଭେତ୍ସୁ , ବିଭିନ୍ନ ବସ୍ତି ଯଥା ସୁବାସ ନଗର , କଣ୍ଡରା ସାହି, ଜଗନ୍ନାଥ ନିକେତନ ଅନାଥାଶ୍ରମ, ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣରେ କାର୍ଯ୍ୟରତ ଥିବା କାରିଗର ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ।ବିଦ୍ୟାଳୟର ମାତୃଭାରତୀର ମହିଳା ସଦସ୍ୟାମାନେ ଉପକାରାଗାରର ସମସ୍ତ ଅନ୍ତେବାସୀ ମାନଙ୍କୁ ରାକ୍ଷୀ ବାନ୍ଧି ଥିଲେ।ଏହି କାର୍ଯ୍ୟକ୍ରମ ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ବରିଷ୍ଠ ଆଚାର୍ଯ୍ୟ ମୂରଲୀ ମୋହନ ପ୍ରଧାନଙ୍କ ନିର୍ଦ୍ଦେଶନାରେ ସମସ୍ତ ଗୁରୁଜୀ ଗୁରୁମା ତଥା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହଯୋଗରେ ସଫଳ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବିଦ୍ୟାଳୟର ପରିଚାଳନା କମିଟିର ସମ୍ପାଦକ ଚନ୍ଦ୍ରଶେଖରଙ୍କ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଆଜିକାର ପବିତ୍ର ଦିବସରେ ଛାତ୍ରଛାତ୍ରୀ ତଥା ଗୁରୁଜୀଗୁରୁମାମାନେ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ବୃକ୍ଷକୁ ରାକ୍ଷୀ ବାନ୍ଧି ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ବାର୍ତ୍ତା ସମାଜକୁ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ