ଶକ୍ତିଶ୍ରୀ ସଚେତନତା ଓ ନିଶାମୁକ୍ତ ଭାରତ କାଯ୍ୟକ୍ରମ ଉଦଯାପିତ

ହାଟଡିହି (ଓ୍ବାଇଏନଏସ):  ହାଟଡିହି ବ୍ଲକ୍ ବିଶ୍ୱତାରିଣି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଚେତନତା ଓ ନିଶାମୁକ୍ତ ଭାରତ କାଯ୍ୟକ୍ରମ ଉଦଯାପିତ ହୋଇଯାଇଛି l କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପହିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି , ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଭକ୍ତ ଶେଖର ସ୍ବାଇଁ, ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଝରଣା ବରାଳ  ପ୍ରମୁଖ ଯୋଗଦେଇ ନାରୀ କିପରି ନିଜର ସୁରକ୍ଷା କରିପାରିବେ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଅଧ୍ୟାପକ ସୁବାସ ଚନ୍ଦ୍ର ପାତ୍ର ମଞ୍ଚ ପରିଚାଳନ କରିଥିବା ବେଳେ ଅଧ୍ୟାପିକା ବେଦମତି ନାୟକ,ଅଧ୍ୟାପକ ନିରଞ୍ଜନ ଜେନା, ଅଭିରାମ ସାହୁ, ସଂଯୁକ୍ତା ଲେଙ୍କା, ପୂର୍ଣ୍ଣିମା ଦାସ, ସାଇଜ୍ୟୋସ୍ନା ଦାସ, ମଧୁସୂଦନ ପାଢ଼ୀ, ଶଶିକାନ୍ତ ବିଶ୍ୱାଳ, ମଦନ ମୋହନ ଜେନା, ପର୍ଶୁରାମ ସା, ଥାନା କର୍ମଚାରୀ ନିତ୍ୟାନନ୍ଦ ପୃଷ୍ଟି , ସାରଦା ପ୍ରସାଦ ଜେନା, ଜିତେନ୍ଦ୍ର ଜେନା, ଆମ ପୋଲିସ ସଦସ୍ୟ ସୁଧାଂଶୁ ଶେଖର ଦକ୍ଷିଣରାୟ ପ୍ରମୁଖ କାଯ୍ୟକ୍ରମ ପରିଚାଳନ ରେ ସହଯୋଗ କରିଥିଲେ l ବର୍ଷାରାଣୀ ପାତ୍ର, ଷ୍ଟାଲିନ ମହାନ୍ତି, କ୍ଷିତିଶ ଜେନା, ସୋପ୍ନରାଣି ସେଠୀ, ଚିନ୍ମୟୀ ନାୟକ, ବିଜୟ ଲକ୍ଷ୍ମୀ କୁଁଅର , ଅଞ୍ଜଳି ଜେନା, ଶୁଭସ୍ମିତା ରାଜ, ସନ୍ତୋଷୀନି ମଲ୍ଲିକ୍, ଶ୍ରଦ୍ଧାଞ୍ଜଳି ଜେନାଙ୍କ ସମତେ ଶତାଧିକ ଛାତ୍ରୀ  ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ