ପାଣି ଘେରରେ ରହିଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ ରେମୁଣା ବିଧାୟକ
ବାଲେଶ୍ବର(ସରୋଜ ପଣ୍ଡା): ଲଗାତାର ବର୍ଷା ଯୋଗୁଁ ବିଗତ ଦିନରେ ବାଲେଶ୍ୱରରେ ଉପୁଜିଥିବା ବନ୍ୟା ପରିସ୍ଥିତିରେ ରେମୁଣା ନିର୍ବାଚନ ମଣ୍ଡଳୀର ବହୁ ଅଞ୍ଚଳ ପ୍ରଭାବିତ ହୋଇଥିଲା । ନଦୀର ଜଳସ୍ତର କ୍ରମେ ହ୍ରାସ ପାଇ ବନ୍ୟା ପରିସ୍ଥିତି କିଛି ପର୍ଯ୍ୟନ୍ତ ସୁଧାର ହୋଇଥିଲେ ମଧ୍ୟ, ଆଜିବି ଅନେକ ତଳିଆ ଅଞ୍ଚଳର ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଶନିବାର ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦହପଡ଼ା ପଞ୍ଚାୟତ ବିଭିନ୍ନ ସ୍ଥାନରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ପହଞ୍ଚି ପାଣି ଘେରରେ ଥିବା ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଏହି ଅବସରରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ନାରାୟଣ ମହନ୍ତ, ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା, ପଞ୍ଚାୟତ ସଭାପତି ପ୍ରଭାକର ନାୟକ, ମାନସ ରଞ୍ଜନ ରାଉତ, ସନ୍ତୋଷ କୁମାର ନାୟକ, ଏସ.କେ. ସଫିକ୍, ଦିପୁନ ଦାସ, ନୀଳାମ୍ବର ରାଉତ, ବାଙ୍ଗୁରୁ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ।


