ସାଇ କୃପା ଏଜୁକେସନ୍ ଚାରିଟେବୁଲ୍ ଟ୍ରଷ୍ଟ ଦ୍ୱାରା ଆଶ୍ରା ବୃଦ୍ଧାଶ୍ରମରେ ଖାଦ୍ୟଦ୍ରବ୍ୟ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସାମାଜିକ ସେବା କ୍ଷେତ୍ରରେ ଆଉ ଏକ ମାନବିକ ପଦକ୍ଷେପ ନେଇଛି ସାଇ କୃପା ଏଜୁକେସନ୍ ଚାରିଟେବୁଲ୍ ଟ୍ରଷ୍ଟ। ବି.ସିତାପୁର ସ୍ଥିତ ଆଶ୍ରା ବୃଦ୍ଧାଶ୍ରମରେ ଟ୍ରଷ୍ଟ ପକ୍ଷରୁ ବୃଦ୍ଧବୃଦ୍ଧାମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଟ୍ରଷ୍ଟର ସଦସ୍ୟମାନେ ବୃଦ୍ଧାଶ୍ରମରେ ରହୁଥିବା ବୃଦ୍ଧବୃଦ୍ଧାଙ୍କ ସହ କିଛି ସମୟ ବିତାଇବା ସହ ସେମାନଙ୍କ ସୁଖଦୁଃଖ ବିଷୟରେ ଆଲୋଚନା କରିଥିଲେ। ବୃଦ୍ଧମାନଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କୁ ନିଜର ଲୋକଙ୍କ ଭଳି ଅନୁଭବ କରାଇବା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଥିଲା। ଟ୍ରଷ୍ଟର ଏଭଳି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ ମଧ୍ୟ ଅସହାୟ, ବୃଦ୍ଧ ଓ ଆବଶ୍ୟକତା ଥିବା ଲୋକଙ୍କ ପାଇଁ ସେବା ଜାରି ରଖିବାକୁ ଟ୍ରଷ୍ଟ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ପ୍ରତିଷ୍ଠାତା ସରସ୍ୱତୀ ମହାପାତ୍ର ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର ଉପାଧ୍ୟକ୍ଷ ରଶ୍ମିତା ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।


