କୋଣାର୍କ ଇଂଟରପ୍ରିଟେସେନ ସେଂଟର ବୁଲିଲେ କେନ୍ଦ୍ରମନ୍ତ୍ରୀ

କୋଣାର୍କ : ଓଡିଶାରେ ପର୍ଯ୍ୟଟନ ବଢାଇବା ସମସ୍ତଙ୍କ ଦାୟିତ୍ୱ । ପୁରୀ, କୋଣାର୍କ,ଚିଲିକା ସବୁ ଅଂଚଳକୁ ମିଶାଇ ପର୍ଯ୍ୟଟକମାନଙ୍କ ପାଇଁ ଏକ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳ ବନାଇବା ପାଇଁ ସମସ୍ତଙ୍କର ଦାୟିତ୍ୱ ରହିଛି । ଏହି କ୍ଷେତ୍ରର ବିକାଶ ହିଁ ରାଜ୍ୟର ଦ୍ରୁତ ପ୍ରଗତି ଆଣିବ ବୋଲି ସୋମବାର କୋଣାର୍କ ସ୍ଥିତ ବାଖ୍ୟାନ କେନ୍ଦ୍ର (ଇଂଟରପ୍ରିଟେସନ ସେଂଟର) ବୁଲିଦେଖିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କହିଛନ୍ତି ଯେ ରାଜ୍ୟରେ ଉଚ୍ଚମାନର ପର୍ଯ୍ୟଟନ ସ୍ଥଳ ହେଲେ ବିଶ୍ୱରେ ଓଡିଶାର ଭଷା, ସଂସ୍କୃତି ଓ କଳାର ପ୍ରଚାରପ୍ରସାର ହେବ । ସବୁଠୁ ଅଧିକ ରୋଜଗାର ଉପଲବ୍ଧ କରିବାରେ ପର୍ଯ୍ୟଟନ ବିଭାଗର କ୍ଷମତା ରହିଛି । ଓଡିଶାରେ ପର୍ଯ୍ୟଟନ କ୍ଷେତ୍ର ଭଲ ଭୂମିକା କାମ କରିପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ