ସ୍କୁଟି ସହ ଗଞ୍ଜେଇ ଜବତ ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଅବକାରୀ ଥାନା କର୍ମଚାରୀ ଟିମ୍ ପୋଡ଼ାମାରି ରୋଡ ପୁଞ୍ଜିକଂୟା ଛକ ଇଲାକାରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ ୮ ଟାରେ ପାଟ୍ରୋଲିଂ କରୁଥିବା ବେଳେ ପ୍ରାପ୍ତ ସୂଚନା କୁ ଭିତ୍ତିକରି ଦ୍ରୁତଗତି ରେ ଆସୁଥିବା ସ୍କୁଟି (ନଂ.ଓଡ଼ି୦୭ ବିବି – ୭୯୭୬) କୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ୧୦ କେଜି ୯ ଶହ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ସ୍କୁଟି ଚାଳକ ଙ୍କୁ ଦିଗପହଣ୍ଡି ଅବକାରୀ ଥାନା ଓଆଇସି ସସ୍ମିତା ମଲ୍ଲିକ ଗିରଫ କରିଥିଲେ। ଗିରଫ ଯୁବକ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ଶିକୁଳିପଦର ପଞ୍ଚାୟତ ଓଲଣ୍ଡା ଗ୍ରାମର ମଙ୍ଗଳା ଶବର (୪୫)। ମଙ୍ଗଳା ଏକ ଜରି ଅଖାରେ ଗଞ୍ଜେଇ ନେଇ ବ୍ରହ୍ମପୁର ରେଳ ଷ୍ଟେସନ ଅଭିମୁଖେ ଚୋରାଚାଲାଣ କରୁଥିବା ନେଇ ଦିଗପହଣ୍ଡି ଅବକାରୀ ଥାନାକୁ ସୂଚନା ମିଳିବା ପରେ ଏଏସଆଇ ଏନ୍. ତ୍ରିପତି,କନେଷ୍ଟବଳ ରାଜେଶ ଜେନା,ବଳରାମ ପାତ୍ର, ଆଲଫଲତା ସାହୁ,ଏସ.କେ ରାଜେଶ ଉଦ୍ଦିନ ପୁଞ୍ଜିକଂୟା ଛକ ରେ ସ୍କୁଟି କୁ ଅଟକାଇ ଖାନ ତଲାସି କରିଥିଲେ। ଏନେଇ ଦିଗପହଣ୍ଡି ଅବକାରୀ ଥାନା ମାମଲା ନଂ.୧୧୬ /୨୬-୨୭ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟ କୁ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ଓଆଇସି ସୂଚନା ଦେଇଛନ୍ତି।


