ଜମିରେ ପାଣି ନଛାଡିବାକୁ କେନ୍ଦ୍ରକରି ହତ୍ୟା ଉଦ୍ୟମ ଅଭିଯୋଗ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ପ୍ରକାଶ ବେହେରା ଙ୍କୁ ତାଙ୍କ ଗ୍ରାମର ବଳରାମ ରେଡ୍ଡୀ ଓରଫ ବଳିଆ ଦା’ ରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ଥାନା ମାମଲା ନଂ.୪୦୪/୨୬ ବିଏନଏସ ର ଦଫା -୧୨୬(୨)/୧୧୮(୧)/୨୯୬/୧୦୯/୩୫୧(୨) ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ଏଏସଆଇ ଝୁନୁ ମାଝୀ ଘଟଣାର ତଦନ୍ତ ଚଳାଇଥିବା ବେଳେ ଗିରଫ ଭୟରେ ଅଭିଯୁକ୍ତ ଗାଁ ରୁ ଫେରାର ଥିବା ଜଣାପଡିଛି।ଗତ ସୋମବାର ସକାଳେ ପ୍ରକାଶ ଗାଁ ନିକଟ ଚାଷଜମି ରେ କାମକରୁଥିବା ବେଳେ ବଳିଆ ହାତରେ ଏକ ଦା ‘ ଧରି ତାଙ୍କ ପାଖକୁ ଦୌଡ଼ି ଆସିବା ସହ ତାଙ୍କ ଗାଳି କରି ବେଶୀ ଚାଲାକି ଦେଖାଉଛୁ। କଣ ପାଇଁ ଜମିର ହିଡ ବାନ୍ଧି ଆମ ଜମିକୁ ପାଣି ଛାଡୁନୁ କହି ଧରିଥିବା  ଦା ‘ ରେ ଆକ୍ରମଣ କରିବାରୁ ତାଙ୍କ ଡାହାଣ ହାତ ଓ ବେକ କୁ ଆଘାତ ଲାଗିଥିବା ଏତଲାରେ ଉଲ୍ଲେଖ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ