ଜୋନାଲ୍‍ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦ୍‍ଯାପିତ

ଆସିକା  (ୱାଇଏନ୍‍ଏସ୍‍) :ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ପରାମର୍ଶ କ୍ରମେ ଗତକାଲି ଠାରୁ ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲ ଖେଳପଡିଆ ପରିସରରେ ଆରମ୍ଭ ହୋଇଥିବା ଦୁଇଦୀବସୀୟ ଜୋନାଲ୍‍ସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗିତା ଗୁରବାର ଉଦ୍‍ଯାପିତ ହୋଇଯାଇଛି । ଆସିକା ବ୍ଳକ ବିଦ୍ୟାଳୟ କ୍ରୀଡା ସଂଗଠନର ସଭାପତି ତଥା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍‍ କୁମାର ପାଢୀଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିବା ଗୁଣ୍ଠପଡା ଜୋନାଲ୍‍ସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗିତାର ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, କ୍ରୀଡା ଶିକ୍ଷକ ଜି.ଆନନ୍ଦ ପାତ୍ର, ଆସିକା ବ୍ଳକ କ୍ରୀଡା ସଂଗଠନର ସଂପାଦକ ତଥା ବରିଷ୍ଠ କ୍ରୀଡା ଶିକ୍ଷକ କୈଳାଶ ଚନ୍ଦ୍ର ଗୌଡ ପ୍ରମୁଖ ଯୋଗଦେଇ କ୍ରୀଡାର ବିକାଶ ଏବଂ କ୍ରୀଡା ପ୍ରତିି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ଗୁଡିକ ଉପରେ ଆଲୋକପାତ କରି କ୍ରୀଡା ମାଧ୍ୟମରେ ଶରୀର ସୁସ୍ଥ ରହିବା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଓ ଜ୍ଞାନ ବଢିବା ସହ ମାନସିକ ବିକାଶରେ ସହାୟକ ହୋଇଥାଏ ତେଣୁ ବିଦ୍ୟାର୍ଥୀମାନେ କ୍ରୀଡା କ୍ଷେତ୍ରରେ ଆଗକୁ ଅଗ୍ରସହ ହେବା ସହ ଜିଲ୍ଲା ଓ ରାଜ୍ୟର ଗୌରବକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ଜୋନାଲ୍‍ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ ବାଲିସିରା, କେ.ନୁଆଁପଲ୍ଲୀ, ଗଙ୍ଗାପୁର କ୍ଳଷ୍ଟର ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଥିବା ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨ ଶହରୁ ଉର୍ଦ୍ଧ୍ୱ ୧୪ ଓ ୧୭ ବର୍ଷରୁ କମ୍‍ ଆଗ୍ରହୀ ଛାତ୍ରଛାତ୍ରୀ ମାନେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଦୌଡ, ଉଚ୍ଚଡିଆଁ, ଲମ୍ବଡିଆଁ, ତ୍ରିପଦ ଡିଆଁ, ବର୍ଚ୍ଛା ଫୋପଡା, ସଟ୍‍ଫୁଟ୍‍ ଥ୍ରୋ, କବାଡି, ଖୋଖୋ, ଯୋଗାସନ ସମେତ ବିଭିନ୍ନ ଖେଳରେ ଭାଗ ନେଇଥିଲେ । ଏହି ଜୋନାଲ୍‍ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆଗାମୀ କିଛି ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ବ୍ଳକସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ସୁଯୋଗ ଦିଆଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଏହି ଜୋନାଲ୍‍ସ୍ତରୀୟ କ୍ରୀଡା ପ୍ରତିଯୋଗିତାକୁ ସୁପରିଚାଳନା କରିବା ଦିଗରେ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ସହକାରୀ ଶିକ୍ଷକ ସୁଶିଲ୍‍ ମୋହନ ପାତ୍ର, ସହକାରୀ ଶିକ୍ଷୟିତ୍ରୀ ଇଶ୍ୱରୀ ମହାପାତ୍ର, ମନ୍ଦାକିନୀ ପ୍ରଧାନ, ଅନ୍ନପୂର୍ଣ୍ଣା ଭୋଇ, ସୁନିଲ୍‍ କୁମାର ସେଠୀ, ଶିକ୍ଷାନୁଷ୍ଠାନର କର୍ମଚାରୀ ଆଶାଲତା ପ୍ରଧାନ, ପ୍ରଶାନ୍ତ କୁମାର ମୁନି, ନୀଳମାଧବ ସ୍ୱାଇଁ, କ୍ରୀଡାଶିକ୍ଷକ ଜି.ଆନନ୍ଦ ପାତ୍ର, ଶତୃଘ୍ନୁ ଜେନା, ସ୍ୱଦେଶ କୁମାର ଦଳେଇ, ଗୋପାଳକୃଷ୍ଣ ମହାରଣା, ସନ୍ତୋଷ କୁମାର ବେହେରା, ଉଦୟନାଥ ମାଝୀ, ଦୀପ୍‍ମାଳା ବେହେରା, ନବଘନ ବାଡତ୍ୟା, କୈଳାଶ ଚନ୍ଦ୍ର ଗୌଡ, କୈଳାଶ ଚନ୍ଦ୍ର ପ୍ରଧାନ, ବିଚିତ୍ର ଜେନା, ଟୁନା ମୁଦୁଲି, ଶତୃଘ୍ନ ନାୟକ, ମଦନ ମୋହନ ବାଡତ୍ୟାଙ୍କ ସମେତ ଶିକ୍ଷାବିଭାଗର ବହୁ ଶିକ୍ଷକ, କ୍ରୀଡାଶିକ୍ଷକ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବ୍ଳକ ଅଧୀନସ୍ଥ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ଏହି ଜୋନାଲ୍‍ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର କ୍ରୀଡାପ୍ରେମୀଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ