ସ୍କୁଲର ତାଲା ଭାଙ୍ଗି ଚୋରି:୧୮ବସ୍ତା ଚାଉଳ ଜିନିଷପତ୍ର ଲୁଟ୍, ଥାନାରେ ଏତଲା

ଧାମନଗର (ଓ୍ବାଇଏନଏସ): ଧାମନଗର ଥାନା ଅଞ୍ଚଳରେ ଦୁଇଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଟାର୍ଗେଟ କରି ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଚୋରି:୧୮ବସ୍ତା ଚାଉଳ,ପାଲ ଓ ଜିନିଷପତ୍ର ଲୁଟ୍,କାଗଜପତ୍ର ନଷ୍ଟ ସହ ଚୋରି କରିଥିବା ଅଭିଯୋଗ ହୋଇଛି। ସ୍କୁଲର ଗେଟ୍ ଓ ଅଫିସ ଘରର ତାଲା କାଟି ଦୁର୍ବୃତ୍ତମାନେ ମୋଟ ୧୮ ବସ୍ତା ଚାଉଳ ସହ ୨ଟି ତ୍ରିପାଲ ଚୋରି କରିନେଇଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ନଷ୍ଟ କରିଦେଇଥିବା ଜଣାପଡ଼ିଛି। ଗୁରୁବାର ରାତିରେ ଦୁର୍ବୃତ୍ତମାନେ ସୋରିସଡ଼ିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ବାବୁରୀଗାଁ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଚୋରିକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ସୋରିସଡ଼ିହ ସ୍କୁଲରୁ ୧୧ ବସ୍ତା ଚାଉଳ ଚୋରି ହୋଇଥିବା ବେଳେ ବାବୁରୀଗାଁ ସ୍କୁଲରୁ ୭ ବସ୍ତା ଚାଉଳ ଓ ୨ଟି ତ୍ରିପାଲ ଚୋରି ହୋଇଛି। ଔଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ସ୍କୁଲର ଗେଟ୍ ଓ ଅଫିସ ଘରର ତାଲା କାଟି ଭିତରକୁ ପ୍ରବେଶ କରିଥିଲେ। ପରେ ଏକ ଚାରିଚକିଆ ଯାନରେ ଚାଉଳ ବୋଝେଇ କରି ନେଇଯାଇଥିବା ସନ୍ଦେହ କରାଯାଉଛି। ଏହାସହ ବାବୁରୀଗାଁ ସ୍କୁଲରେ ରହିଥିବା କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚିରି ନଷ୍ଟ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସୋରିସଡ଼ିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରେମାନନ୍ଦ ଜେନା ଆଜିର ଡି ସି ଓ ନରେନ୍ଦ୍ର ରାଉତଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ପରେ ଆଇଆଇସି ଶୁଭ୍ରଜିତ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ନାରାୟଣ ନାୟକ ସଦଳେବଳ ବିଦ୍ୟାଳୟ ତଥା ଘଟଣା ସ୍ଥଳରେ ପହଞ୍ଚି ଚୋରି ସମ୍ପର୍କରେ ତଦନ୍ତ କରି ଆସିବା ପରେ ସଙ୍ଗେ ସଙ୍ଗେ ଥାନା କେସ ନଂ ୩୭୭/୨୦୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଭାର ସହକାରୀ ଉପ-ନିରୀକ୍ଷକ ଶିବଶଙ୍କର ଖିଲାରଙ୍କୁ ଦିଆଯାଇଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଏକାସାଙ୍ଗରେ ଦୁଇଟି ସରକାରୀ ସ୍କୁଲକୁ ଟାର୍ଗେଟ କରି ହୋଇଥିବା ଏହି ଚୋରି ଘଟଣା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୁଲିସ ତଦନ୍ତ ମାଧ୍ୟମରେ ଦୁର୍ବୃତ୍ତମାନଙ୍କ ପତ୍ତା ଲଗାଇବାକୁ ଚେଷ୍ଟା ଜରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ