ଅଙ୍ଗନବାଡି ଗୃହ ନିର୍ମାଣରେ ବିଳମ୍ବକୁ ନେଇ ବଢୁଛି ଅସନ୍ତୋଷ, ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

ହାଟଡିହି (ଓ୍ବାଇଏନଏସ): ସିଙ୍ଗଡୋବ ୧୨ନଂ ୱାର୍ଡରେ ଅଙ୍ଗନବାଡି ଗୃହ ନିର୍ମାଣରେ ଅଯଥା ବିଳମ୍ବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ  ଅସନ୍ତୋଷ ବଢ଼ିବାରେ ଲାଗିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ସିଙ୍ଗଡୋବ ଗ୍ରାମରେ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଓମବାଡ଼ସୀ ତରଫରୁ ଅନୁଦାନ ଯୋଗାଇ ଦିଆ ଯାଇଥିଲା। ଅଙ୍ଗନବାଡି ଘର ନଥିବାରୁ ପିଲାମାନେ ନିକଟସ୍ଥ କମ୍ୟୁନିଟ ସେଣ୍ଟର ବାରଣ୍ଡାରେ ବସି ଶିକ୍ଷାଲାଭ କରୁଛନ୍ତି। ଏପରିକି ରାଜସ୍ବ ନିରୀକ୍ଷକ ଅଙ୍ଗନବାଡି ଘର ନିର୍ମାଣ ପାଇଁ ସ୍ଥାନ ପରିଦର୍ଶନ କରି ଖାତା ନମ୍ବର ୩୬୬ ପ୍ଲଟ ନଂ ୧୨୫୫ର ୧୨ଡ଼ିସିମିଲ ପତିତ କିସମ ଜମିରୁ ୬ଡ଼ିସିମିଲ ଜମିରେ ଅଙ୍ଗନବାଡି ଘର ନିର୍ମାଣ ପାଇଁ ତହସିଲଦାର ଙ୍କୁ ଜଣାଇବା ପରେ ତହସିଲଦାରଙ୍କ ଚିଠି ନଂ ୫୭୨୯ ତା ୮/୧୨/୨୦୨୫ରେ ସିଡିପିଓଙ୍କୁ ଜଣାଇଥିଲେ । ସିଡିପିଓ ଏନେଇ ତାଙ୍କ ଚିଠି ନଂ ୧୨୦୫ ତା ୧୭/୧୨/୨୦୨୫ରେ ବିଡ଼ିଓଙ୍କୁ ଅବଗତ କରାଇ ନୂତନ ଗୃହ ନିର୍ମାଣ ନିମନ୍ତେ ପଦକ୍ଷେପ ନେବାକୁ ଜଣାଇ ଥିଲେ। ମାତ୍ର  ୯ମାସ ବିତିଯାଇଥିଲେ  ବି ଆଜି ପର୍ଯ୍ୟନ୍ତ ଅଙ୍ଗନବାଡି ଗୃହ ନିର୍ମାଣ ହୋଇ ପାରୁନି।  ଛୁଆ ମାନେ ନିକଟସ୍ଥ କମ୍ୟୁନିଟ ସେଣ୍ଟର ବାରଣ୍ଡାରେ ବସୁଛନ୍ତି ଓ ବାହାରେ ମଧ୍ୟାହ୍ନ ଭୋଜନ କରୁଛନ୍ତି ବୋଲି ବିଜୟ କୁମାର ବେହେରା, ଶ୍ରୀଧର ଖଟୁଆ, ଗୌତମ ବେହେରା, ନିରଞ୍ଜନ ବେହେରା, ଶ୍ରୀଧର ବେହେରା, ସ୍ଵପ୍ନେଶ୍ଵର ବେହେରା, ପଦ୍ମନାଭ ଖଟୁଆ, ଦୀପକ ବେହେରା, ସାଗର ଖଟୁଆ, ନିରାକାର ଖଟୁଆ, ଜଗବନ୍ଧୁ ବେହରା, କୁର୍ତ୍ତିବାସ ଖଟୁଆ ପ୍ରମୁଖ ଅଭିଯୋଗ କରିଛନ୍ତି। ଅତିଶୀଘ୍ର ଏହାର ସୁ ବ୍ୟବସ୍ଥା କରା ନଗଲେ ଗ୍ରାମବାସୀ ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ