ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିତ

ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଏବଂ ଏନ ଏ ସି ଅଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ବିଭିନ୍ନ ସ୍ଥାନରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଜନ୍ମାଷ୍ଟମୀ ମହା ସମାରୋହରେ ପାଳିତ ହୋଇଯାଇଛି। ସେହିପରି ବ୍ଲକ ଅନ୍ତର୍ଗତ ଚୁଡ଼ାକୁଟି ସରସ୍ୱତୀ ଶିଶୁ ମନ୍ଦିରରେଏହି ଉତ୍ସବ ପାଳନ ଅବସରରେ ଶିଶୁ ମନ୍ଦିରରେ ମହା ଆଡମ୍ବରରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭଗବାନ ଶ୍ରୀକୃଷ୍ଣ ଓ ପରମ ପ୍ରେମମୟୀ ଶ୍ରୀରାଧାଙ୍କ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପିଲାମାନେ ବିଭିନ୍ନ ରଙ୍ଗ ବେରଙ୍ଗର ପାଟ ମୟୂଚନ୍ଦ୍ରିକା,ମୁକୁଟ,ବଂଶୀ ଓ ଚିତ୍ରିତ ମାଟିଗରା ବ୍ୟବହାର କରି ରାଧା କୃଷ୍ଣ ବେଶରେ ସୁସଜ୍ଜିତ ହୋଇ ବିଦ୍ୟାଳୟକୁ ଆସିଥିଲେ। ଶିଶୁ ମନ୍ଦିରର ପ୍ରତିଷ୍ଠାତା ତଥା ସାମ୍ବାଦିକ ବିବେକାନନ୍ଦ ପଣ୍ଡାଙ୍କ ଦ୍ଵାରା ଆୟୋଜିତ ଏହି ଭାବମୟ କାର୍ଯ୍ୟକ୍ରମରେ ବେଶ ପ୍ରତିଯୋଗୀତା ପରେ ରାଧା କୃଷ୍ଣ ବେଶଧାରୀ ଶିଶୁ ମାନେ ଚୁଡ଼ାକୁଟି ବଜାର ସ୍ଥିତ ରାମମନ୍ଦିର କୁ ଯାଇ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ ସହିତ ପ୍ରସାଦ ସେବନ କରି ଭଜନ କୀର୍ତ୍ତନ ସହିତ ବଜାର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିରର ଶିଶୁ ମନ୍ଦିରର ଗୁରୁଜୀ ସଞ୍ଜୟ ସେଠୀ, ରଶ୍ମିରଞ୍ଜନ ଦାଶ, ବିଦ୍ୟାଧର ପଣ୍ଡା, ଗୁରୁମା ମୀନାରାଣୀ ପାଲ, ଗୋପିକାରାଣୀ ସାମଲ, ପ୍ରମିଳା ବେହେରା,ସରିତା ନାୟକ,ପ୍ରିୟଙ୍କା ସାହୁ,ଶୁଭଶ୍ରୀ ପାଗଳ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଚାରକଙ୍କ ଦ୍ଵାରା ଚୟନ ପ୍ରକିୟାରେ କୃତିତ୍ୱ ପ୍ରତିଯୋଗୀଙ୍କୁ ଆସନ୍ତା ବାର୍ଷିକ ଉତ୍ସବରେ ସମ୍ମାନିତ ଓ ପୁରସ୍କୃତ କରାଯିବ ବୋଲି ଶିଶୁ ମନ୍ଦିର ପ୍ରତିଷ୍ଠାତା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ