ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟ କାରିଣୀ ବୈଠକରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗଦାନ

ଧାମନଗର (ଓ୍ବାଇଏନଏସ): କଟକ ଜବାହରଲାଲ ନେହେରୁ ଷ୍ଟାଡିୟମ ଠାରେ ଭାରତୀୟ ଜନତା ପାର୍ଟିର ସେପ୍ଟେମ୍ବର ୫ଓ ୬ତାରିଖ ଦୁଇଦିନ ଧରି ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭଦ୍ରକର ଦୃଢ଼ ସଂଗଠକ , ତୃଣମୂଳ ସ୍ତରରୁ ଜଣେ ବରିଷ୍ଠ ନେତୃତ୍ଵ ଧାମନଗର ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଯୋଗ ଦେଇଛନ୍ତି। ପ୍ରକାଶ ଥାଉକି ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳଙ୍କ ରାଜନୈତିକ ଦକ୍ଷତା ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ଠାରୁ ଆରମ୍ଭ କରି ବିଧାୟକ, ସାଂସଦ ହେବା ପର୍ଯ୍ୟନ୍ତ ରାଜନୈତିକ ଦକ୍ଷତା ଓ ପାରଙ୍ଗମ ଭଦ୍ରକ ସଂସଦୀୟ କ୍ଷେତ୍ରରେ ୭ଟି ନିର୍ବାଚନ ମଣ୍ଡଳୀରେ ବୁଦ୍ଧିଜୀବ ଓ ଜନସାଧାରଣ ମାନଙ୍କୁ ଭଲଭାବେ ଜଣା। କାରଣ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ ପଞ୍ଚାୟତର ସରପଞ୍ଚ ଠାରୁ ଆରମ୍ଭ କରି ତିନି ତିନି ଥର ବାସୁଦେବପୁର ପଞ୍ଚାୟତ ସମିତିରେ ଅଧ୍ୟକ୍ଷ, ୨୦୧୪ ମସିହାରେ ୧୩ଦିନ ବ୍ୟବଧାନରେ ଧାମନଗରରେ ବିଧାୟକ ପାର୍ଥିହୋଇ ଜୟ ଯୁକ୍ତ ହେବା ଏବଂ ଧାମନଗର ନିର୍ବାଚନମଣ୍ଡଳୀର ବହୁବିଧ ଉନ୍ନତିମୂଳକ କାର୍ଯ୍ୟ ଯଥା ନଦୀବନ୍ଧ ସୁୁଦୃଢ଼ୀକରଣ, କୋଚିଳା ବ୍ୟାରେଜ୍, କୋଠାର ଧାମନଗର ବାଇପାସ୍ ରାସ୍ତା, ଜରାନିବାସ, କୋର୍ଟ, ଷ୍ଟାଡିୟମ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରିବାରେ ସକ୍ଷମ ହୋଇ ଥିଲେ। ୨୦୧୯ ମସିହାରେ ଭଦ୍ରକର ପ୍ରଥମ ମହିଳା ସାଂସଦ ଭାବେ ନିଜର ଧର୍ମପତ୍ନୀ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳଙ୍କୁ ବିଜୁ ଜନତା ଦଳର ପାର୍ଥି କରାଇ ଜନସାଧାରଣଙ୍କର ଅସ୍ଥାଭାଜନ ହୋଇ ନିର୍ବାଚିତ ହୋଇ ସଂସଦୀୟ କ୍ଷେତ୍ରରେ ଜାତୀୟ ରାଜପଥ ରେ ଅନେକ ପୋଲ ନିର୍ମାଣ ରେଳ ଷ୍ଟେସନ ମାନଙ୍କରେ ପୋଲ ନିର୍ମାଣ ଭଳି ବହୁବିଧ ଉନ୍ନତି ମୂଳକ କାର୍ଯ୍ୟ କରି ପାରିଥିଲେ। ପୁନଶ୍ଚ ୨୦୨୪ମସିହାରେ ନିର୍ବାଚନର ମଧ୍ୟ ସାଂସଦ ପ୍ରାର୍ଥିନି ଭାବେ ସକ୍ଷମ ହୋଇ ପାରିଥିଲେ। କିଛିଦିନ ପୂର୍ବେ ବିଜୁ ଜନତା ଦଳରେ ତାଙ୍କୁ ଅଣଦେଖା କରିବା, ଏବଂ କୌଣସି କାରଣ ନ ଥାଇ କିଛି କୁଚକ୍ରୀ ଗୋଷ୍ଠୀଙ୍କ ଦ୍ୱାରା ତାଙ୍କୁ ଦଳରୁ ନିଲମ୍ବିତ କରିବା ସମସ୍ତଙ୍କୁ ଚକିତ କରିଥିଲା। ଯାହା ଫଳରେ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ ଏବଂ ତାଙ୍କର ଧର୍ମ ପତ୍ନୀ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳଙ୍କ ସହ ଭଦ୍ରକ ସଂସଦୀୟ କ୍ଷେତ୍ରରେ ଅନେକ ନେତୃମଣ୍ଡଳୀ ବିଜେଡି ଜିଲ୍ଲା ସଭାପତିଙ୍କ ସହିତ ପ୍ରାୟ ଏକହଜାରରୁ ଅଧିକ କର୍ମୀ ବିଜେଡି ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶକୁ ଆପଣେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଆଜି ଭଦ୍ରକ ଜିଲ୍ଲାର ବିଜୁ ଜନତା ଦଳର ସଂଗଠନ ଦୁର୍ବଳ ହେବାକୁ ଯାଉଛି। ପ୍ରଫୁଲ୍ଲ ସାମଲଙ୍କ ଭଳି ନେତା ଅସୁସ୍ଥ ହେବା ଏବଂ ମୁକ୍ତିକାନ୍ତ ମଣ୍ଡଳଙ୍କ ଭଳି ବରିଷ୍ଠ ନେତା ଆଜି ଆଉ ବିଜୁ ଜନତା ଦଳରେ ନାହାନ୍ତି। ଭଦ୍ରକ ସଂସଦୀୟ କ୍ଷେତ୍ରରେ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳଙ୍କ ସହ ନେତୃତ୍ଵ ଓ କର୍ମୀମାନେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ ପରେ ଭଦ୍ରକ ଜିଲ୍ଲାର ଭାରତୀୟ ଜନତା ପାର୍ଟିର ସଂଗଠନ ସୁଦୃଢ ହେବାକୁ ଯାଉଛି। ଆଗାମୀ ନିର୍ବାଚନ ମାନଙ୍କରେ ଭଦ୍ରକ ଜିଲ୍ଲାର ଭାରତୀୟ ଜନତା ପାର୍ଟି ଅପେକ୍ଷାକୃତ ଭଲଫଳ ପ୍ରଦର୍ଶନ କରିବ। ଭଦ୍ରକ ଜିଲ୍ଲାର ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟ କାରିଣୀ ବୈଠକରେ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳଙ୍କୁ ସ୍ଵତନ୍ତ୍ର ସଦସ୍ୟତା ଭାବେ ଗ୍ରହଣ କରିଥିବା ରୁ ବିଭିନ୍ନ ମହଲରୁ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳଙ୍କୁ ସ୍ଵାଗତ ଜଣାଇବା ସହିତ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନୀତିନ ନବୀନ ଏବଂ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକରେ ଯୋଗ ଦେଇଥିବା ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ୍, ମାନ୍ୟବର ଉପମୁଖ୍ୟମନ୍ତ୍ରୀ, ମାନ୍ୟବର ମନ୍ତ୍ରୀ, ସାଂସଦ,ବିଧାୟକ ଏବଂ ସମସ୍ତ ସଦସ୍ୟ ମାନଙ୍କୁ କୃତଜ୍ଞତା ଓ ଧନ୍ୟବାଦ୍ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ