ନେପାଳରେ ଆକସ୍ମିକ ବନ୍ୟା ପ୍ରଳୟ : ମୃତକଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ମହମବତୀ ପ୍ରଜ୍ଜ୍ବଳନ
ଆସିକା (ୱାଇଏନ୍ଏସ୍) : ଗତ ଅଗଷ୍ଟ ମାସ ୨୬ ତାରିଖରେ ନେପାଳର ତଦ୍ଧିତ ସୀମା ନିକଟରେ ହିମବାହ ସ୍ଫଳନ ଯୋଗୁଁ ଭୁତକୋଶି ଓ ତ୍ରିଶୁଳୀ ନଦୀରେ ସୃଷ୍ଟି ହୋଇଥିବା ଆକସ୍ମିକ ଭୟାବହ ବିନାଶକାରୀ ବନ୍ୟା ପ୍ରଳୟରେ ବହୁ ବ୍ୟକ୍ତିଙ୍କ ଜୀବନଦୀପ ଅକାଳରେ ଲିଭି ଯାଇଥିଲା ବେଳେ ହଜାର ହଜାର ଲୋକ ଏବେ ବି ନିଖୋଜ ଥିବା ଜଣାପଡିଛି । ନେପାଳରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟରେ ଭୟାବହ ବନ୍ୟା ପ୍ରଳୟରେ ମୃତ୍ୟୁବରଣ କରିଥିବା ମୃତକଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଆସିକା ଲାୟନ୍ସ କ୍ଳବ ପକ୍ଷରୁ ଏକ ମହମବତୀ ପ୍ରଜ୍ଜଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତିର କରାଳ ରୂପ ଆଗରେ ପଡୋଶୀ ରାଷ୍ଟ୍ର ନେପାଳର ସବୁକିଛି ଧୂଳିସାତ୍ ହୋଇଯାଇଛି । ଜଳ ପ୍ରଳୟରେ ଦେବଦୂତ ସାଜି ମୃତ୍ୟୁମୁଖରୁ ବହୁ ବ୍ୟକ୍ତିଙ୍କ ଜୀବନକୁ ବଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନେପାଳ ସେନାର ବୀରତ୍ୱକୁ ଆସିକା ଲାୟନ୍ସ କ୍ଳବର କାର୍ଯ୍ୟକର୍ତ୍ତାମାନେ ସଲାମ୍ ଜଣାଇଥିବା ଦେଖିବାକୁ ମିଳିଛି । ନେପାଳରେ ହୋଇଥିବା ଭୂସ୍ଫଳନ ଏବଂ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନେପାଳରେ ହୋଇଥିବା ଭୂସ୍ଫଳନ ଏବଂ ପ୍ରଳୟଙ୍କରୀ ବନ୍ୟାରେ ମୃôତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଆସିକା ଲାୟନ୍ସ କ୍ଳବ ପକ୍ଷରୁ ଅନୁଷ୍ଠିତ ମହମବତୀ ପ୍ରଜ୍ଜଳନ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ପି.ସୁଧାକର ପାତ୍ର, ସଂପାଦକ ପ୍ରିୟବ୍ରତ ମିଶ୍ର, ପୂର୍ବତନ ସଭାପତି କେ.କିଶୋର କୁମାର ସେନାପତି, କେ.ସନ୍ତୋଷ କୁମାର ସେନାପତି, ଇ ଅରୁଣ କୁମାର ପାତ୍ର, ବି.ଭେଙ୍କେଟ ରମଣ ମୂର୍ତ୍ତି, ବସନ୍ତ କୁମାର ଷଡଙ୍ଗୀ, ଏ.ରାଜକିଶୋର ପାତ୍ର, ଅନିଲ୍ କୁମାର ପୃଷ୍ଟି, ପି.ତିରୁପତି ପାତ୍ର, ବି.ମୋହନ ପାତ୍ର, ଏ.ନିଳାଞ୍ଚଳ ପାତ୍ର, ତପନ କୁମାର ପାତ୍ର, କେ.ନିଷ୍ଟପ୍ରିୟ ସୁବୁଦ୍ଧି (ରାଜା), ଏସ୍.ବଦ୍ରି ନାରାୟଣ ପୃଷ୍ଟି, ବିଶ୍ୱଜିତ୍ ରାୟ, ବିଶ୍ୱଜିତ୍ ଆଚାର୍ଯ୍ୟଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


