ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ତରଫରୁ ଗଣଧାରଣା

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ଓଡିଶା ବନ ଉର୍ଣ୍ଣୟନ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ରାୟଗଡା ଜିଲ୍ଲା ଶାଖା ତରଫରୁ ଓଡିଶା ବନ ଉର୍ଣ୍ଣୟନ ନିଗମର ୪୫ ଜଣ ଅବସର ପ୍ରାପ୍ତ କର୍ମଚାରୀ ନିଜର ପେନସନ ହକ ପାଇବା ଦାବିକୁ ନେଇ ଗଣଧାରଣାରେ ବସିଛନ୍ତି। ଏହି ଅବସରରେ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ଜିଲ୍ଲା ରାୟଗଡା ଜିଲ୍ଲା ଶାଖା ସଭାପତି ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ପ୍ରଭାକର ଭୁକ୍ତାଙ୍କ ମିଳିତ ସଂଯୋଜନାରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଫୁଲ କୁମାର ଦାସ,କୋଷାଧକ୍ଷ କୃଷ୍ଣଚନ୍ଦ୍ର ସାହୁ, ଚିତ୍ତରଞ୍ଜନ ପାତ୍ର,ବୈକୁଣ୍ଠନାଥ ଦଳାଇ, ବିଷ୍ଣୁ ପ୍ରସାଦ ପଡିହାରି,ଏମ.କେ. ଲମ୍ବତା, ଲଷ୍ମୀ ଭାସ୍କର ପଟ୍ଟନାୟକ,ଗୋପୀନାଥ ମହାପାତ୍ର,ପ୍ରସନ୍ନ ଦାସ ପ୍ରମୁଖଙ୍କ ସମେତ ୪୫ ଜଣ ଅବସର ପ୍ରାପ୍ତ କର୍ମଚାରୀ ନିଜର ପେନସନ ହକ ପାଇବା ପାଇଁ କର୍ମଚାରୀ ମାନେ ଦୀର୍ଘ ଦୁଇ ବର୍ଷ ଧରି ଓ ସଂଘ ଗତ ଜୁନ୍ ରୁ ସେପ୍ଟେମ୍ବର ୨୬ ମଧ୍ୟରେ ବହୁଥର ଆଲୋଚନା ଓ ଚିଠି ମାଧ୍ୟମରେ ଜଣାଇଥିଲେ ମଧ୍ୟ,କୌଣସି ଉଚିତ ପଦକ୍ଷେପ ନନେଇ କିମ୍ବା ରିଜିନାଲ ମେନେଜରଙ୍କ ସ‌ହ ଆଲେଚନା ନ‌କରି, ସଂଘକୁ ନଜଣାଇବାର କାରଣ କ’ଣ? ଦାୟୀ କିଏ?ଦଣ୍ଡବିଧାନ କିଏ କରିବ?,କାଳ ବିଳମ୍ବ ନକରି ମୁନିଗୁଡା ଓଡିଶା ବନ ଉର୍ଣ୍ଣୟନ ନିଗମ କାର୍ଯ୍ୟାଳୟର ଡିଭିଜନାଲ ମେନେଜର ରିଜିନାଲ ମେନେଜରଙ୍କ ସହିତ ଆଲୋଚନା କରି ଦରକାରି ତଥ୍ୟ ପ୍ରଦାନ କରି ୪୫ ଜଣଙ୍କ ବର୍ଦ୍ଧିତ ପେନ୍ସନ ତୁରନ୍ତ ପ୍ରଦାନ କରାଯାଉ, ମୁନିଗୁଡା ଡିଭିଜନାଲ ମେନେଜର କେଉଁ ଆବେଦନ କାରୀଙ୍କ କଣ ସମସ୍ୟା ଓ ଏହାର ସମାଧାନର ପନ୍ଥା ଓ ନେଇଥିବା ପଦକ୍ଷେପ ସଂଘକୁ ଜଣାନ୍ତୁ ଓ ମୁନିଗୁଡା ଡିଭିଜନାଲ ମେନେଜର ଆଜି ପର୍ଯ୍ୟନ୍ତ ୪୫ଜଣ ଆବେଦନ କାରୀଙ୍କ ଜଏଣ୍ଟ୍ ଅପ୍ସନ୍ ଫର୍ମ ପଠାଇବା ଏବଂ ରିଜନଲ୍ କମିଶନର ବ୍ରହ୍ମପୁରଙ୍କ ସହ କରିଥିବା ଆଲେଚନା,ନେଇଥିବା ପଦକ୍ଷେପ ତୁରନ୍ତ ଜଣାନ୍ତୁ ଆଦି ୪ ଦଫା ଦାବିକୁ ନେଇ ଓଡିଶା ବନ ଉର୍ଣ୍ଣୟନ ନିଗମ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ମୁନିଗୁଡା ସହର ପରୀକ୍ରମା କରି ପୁଣି ଧାରଣାସ୍ଥଳକୁ ପହଞ୍ଚି ଥିଲେ। ସେଠାରେ କର୍ମଚାରୀ ମାନେ ସାମାନ୍ୟ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିଜ ନିଜର ଦାବି ଗୁଡିକୁ ଉପସ୍ଥାପନା କରିଥିଲେ। ଦାବି ଗୁଡିକୁ ଉପସ୍ଥାପନା ବେଳେ ଆମେ ୪୫ ଜଣ ଅବସର ପ୍ରାପ୍ତ କର୍ମଚାରୀ ଫୁଟ୍‌ବଲ ହୋଇ,ଲାତ ଖାଇ ଏପଟ ସେପଟ ହେଉଛୁ,ଖେଳ ସରିବ କେବେ? ବର୍ଜିତ ପେନ୍‌ସନ୍ ପାଇବୁ କେବେ? ଏବଂ କିଏ ଦେବ ? ବୋଲି ପ୍ରଶ୍ନ କରିଥିଲେ। ଏଥିସହ ମାନ୍ୟବର ସୁପ୍ରିମକୋର୍ଟ ୦୪/୧୧/୨୦୨୨ ତାରିଖରେ ତାଙ୍କର ରାୟରେ ଅବସରପ୍ରାପ୍ତ କର୍ମଚାରୀଙ୍କ ସପକ୍ଷରେ ପେନସନ ମଞ୍ଜୁର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦୁଃଖର ବିଷୟଯେ ମୁନିଗୁଡ଼ା ଓଡିଶା ବନ ଉର୍ଣ୍ଣୟନ ନିଗମ ବାଣିଜ୍ୟିକ ବିଭାଗ ପ୍ରତିଷ୍ଠାନର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ପେନସନ କରୁନାହାନ୍ତି ତେଣୁ ବାଧ୍ୟ ହୋଇ ଅବସରପ୍ରାପ୍ତ କର୍ମଚାରୀ ମାନେଧାରଣା ଡାକରା ଦେଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଗଣତାନ୍ତ୍ରିକ ଆନ୍ଦୋଳନ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହେବ ବୋଲି ୪୫ ଜଣ ଅବସରପ୍ରାପ୍ତ କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ