ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ସଦଭାବନା ସଭା ଗୃହ ପରିସରରେ ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡା ବ୍ଲକ ଅଧକ୍ଷା ଦୁଃଖିନୀ ନୁନ୍ଦ୍ରୁକାଙ୍କ ସଭାପତିତ୍ୱ ଓ ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ ବିଧାୟକ ନୀଳମାଧଵ ହିକକା,ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ସନ୍ତୋଷ ସୁନା,ବ୍ଲକ ଉପାଧ୍ୟାକ୍ଷ ଆଦର୍ଶ କୁସୁଲିଆ,ଜିଲ୍ଲା ପରିଷଦ ସଭ୍ୟା ମାଧବୀ କନ୍ଦପାଣି, ବ୍ଲକ ଏଇ ଭି. ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ରହି ବୈଠକର ଶୁଭାରମ୍ଭ କରିଥିଲେ। ପ୍ରଥମେ ପୂର୍ବ ବୈଠକର ବିବରଣୀ ପାଠ କରିଥିବା ବେଳେ ବିଡ଼ିଓ ଶ୍ରୀ ଦଳପତି ଏହି ବୈଠକର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଉପସ୍ଥିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟସଭ୍ୟା ଓ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କୁ ବୁଝାଇଥିଲେ। ପରେ ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ସରକାରୀ ଯୋଜନାର ଅଗ୍ରଗତିର ସମୀକ୍ଷା କରିଥିଲେ। ବୈଠକରେ ଶିକ୍ଷା,ସ୍ୱାସ୍ଥ୍ୟ, ଗ୍ରାମୀଣ ଗୃହ ନିର୍ମାଣ,ପେନସନ,ପିଡ଼ିଏସ ଉପରେ ଆଲୋଚନା କରିବା ସହ ପାନୀୟ ଜଳ ଯୋଗାଣ,କୃଷି, ଜଳସେଚନ,ଗ୍ରାମୀଣ ରାସ୍ତାର ଉନ୍ନତି,ବିଦ୍ୟୁତ ସେବା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକୁ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଜନପ୍ରତିନିଧି ମାନେ ନିଜ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ଉଠାଇଥିବା ବେଳେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ବିଧାୟକ ଓ ଅନ୍ୟ ଜନପ୍ରତିନିଧି ମାନେ ପରାମର୍ଶ ଦେଇଥିଲେ। ଏଥିସହ ସରକାରୀ ଯୋଜନାର ସୁଫଳ ଯେପରି ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ଠିକ୍ ସମୟରେ ପହଞ୍ଚିବ,ସେଥିପାଇଁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବିଭିନ୍ନ ବିଭାଗର ଚାଲିଥିବା କାର୍ଯ୍ୟର ସମୀକ୍ଷା ସହ ଲୋକଙ୍କ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ଆଗାମୀ ଦିନରେ ବ୍ଲକର ବିଭିନ୍ନ ଉର୍ଣ୍ଣୟନ କାର୍ଯ୍ୟ କିପରି ଠିକ ରୂପେ କାର୍ଯ୍ୟକାରୀ ହେବ ସେନେଇ ଉପସ୍ଥିତ ସମସ୍ତେ ଆଲୋଚନା କରିଥିଲେ l ଉକ୍ତ ବୈଠକରେ ଜିପିଇଓ ପଦ୍ମନ ସାହୁ ସନ୍ତୋଷ ଶବର,ମଙ୍ଗଳ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ସିଡିପିଓ ପି. ହରୀଲଷ୍ମୀ,କୃଷି ବିଭାଗର ଉତ୍ତମ କୁମାର ଦାସ, ଓଏଲଏମ ବିପିମ ମମତା ରାଉଳ,ସମିତି ସଭ୍ୟା ଶକୁନ୍ତଳା ନୁଣ୍ଡୃକା, ସୁବାଷ ପ୍ରାସ୍କା,ସରପଞ୍ଚ ସରସ୍ବତୀ ଶବର, ପ୍ରକାଶ କରଶିକା,ଅନନ୍ତ ନୁଣ୍ଡ୍ରୁକା,ପାଇକା ଜାକାଶିକା, ଉପେନ୍ଦ୍ର ଶିକକା ପ୍ରମୁଖଙ୍କ ସମେତ ବ୍ଲକର ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ,କର୍ମଚାରୀ ଓ ଅନ୍ୟ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ଅତିରିକ୍ତ ସହକାରୀ ଯନ୍ତ୍ରୀ ସଂଧ୍ୟାରାଣି ମଲ୍ଲିକ,ଯନ୍ତ୍ରୀ ଅମ୍ବିକା ଦାସ,ବଡ଼ବାବୁ ଜିତେନ୍ଦ୍ର କୁମାର ଧଳ ପ୍ରମୁଖଙ୍କ ସମେତ ବ୍ଲକର ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ