ଚମାଖଣ୍ଡିରେ ଆରଡି ରାସ୍ତା କାମ ନିମ୍ନମାନର ଅଭିଯୋଗ

ଛତ୍ରପୁର(ଓ୍ବାଇଏନଏସ): ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ (ଆରଡି) ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମର ମାନକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାସ୍ତା କାମ ଚାଲିଥିବା ସତ୍ତ୍ୱେ ବିଭାଗୀୟ ଜେଇ, ଏସଡିଓ କିମ୍ବା ୱର୍କ ସରକାରଙ୍କ ନିୟମିତ ସ୍ଥଳ ପରିଦର୍ଶନ ହେଉନଥିବା ନେଇସରପଞ୍ଚ ସିଏଚ. ମନୋଜ କୁମାର ରେଡ୍ଡୀ ଓ ଅଂଚଳବାସି ମାନେ ଅଭିଯୋଗ କରିଛନ୍ତି। ଫଳରେ ନିର୍ମାଣ କାମର ଗୁଣବତ୍ତା ଓ ନିର୍ଦ୍ଧାରିତ ମାପଦଣ୍ଡ ପାଳନ ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ୨୦୨୨ ମସିହାରୁ ଏହି ରାସ୍ତା ନିର୍ମାଣ କାମ ଚାଲିଛି। ଏଥିରେ ଗାର୍ଡୱାଲ୍‌, ଡ୍ରେନ୍‌, ସିସି ରୋଡ୍‌ ଓ ପିଚୁ ରୋଡ୍‌ ନିର୍ମାଣ ସମେତ ବିଭିନ୍ନ କାମ ରହିଛି। ତେବେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଏହି ସମସ୍ତ କାମ ଏଯାବତ୍‌ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ହୋଇଛି। ଏପରିକି ନିର୍ମାଣ ହେବାକୁ ଥିବା ଦୁଇଟି କଲଭର୍ଟ ମଧ୍ୟରୁ ଗୋଟିଏର କାମ ଏଯାବତ୍‌ ଆରମ୍ଭ ହୋଇନଥିବା କୁହାଯାଇଛି। ଜାତୀୟ ରାଜପଥଠାରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦେଇ ବଣବୁଲାପଲ୍ଲୀ, ବି. ତୋଟାପଲ୍ଲୀ ଓ ଅନ୍ୟାନ୍ୟ ଗ୍ରାମକୁ ସଂଯୋଗ କରୁଥିବା ଏହି ରାସ୍ତା ଅଞ୍ଚଳବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ରାସ୍ତା କାମ ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ ରହିବା ଓ ବିଭିନ୍ନ ସ୍ଥାନରେ କାମର ମାନକୁ ନେଇ ଅଭିଯୋଗ ଥିବାରୁ ଯାତାୟାତରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ସହିତ ବିନା ଫଳକ ରେ ମଧ୍ୟ ଏହି କାର୍ଯ୍ୟ ଚାଲିଛି l  ସରକାରୀ ଅର୍ଥରେ ଚାଲିଥିବା ଏହି ନିର୍ମାଣ କାମର ଉଚ୍ଚସ୍ତରୀୟ ଯାଞ୍ଚ କରାଯିବା ସହ ନିର୍ମାଣର ଗୁଣବତ୍ତା ପରୀକ୍ଷା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀମାନେ ନିୟମିତ ଭାବେ କାର୍ଯ୍ୟସ୍ଥଳ ପରିଦର୍ଶନ କରି କାମର ତଦାରଖ କରିବା ଏବଂ ଅସମ୍ପୂର୍ଣ୍ଣ କାମକୁ ଶୀଘ୍ର ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ