ଶିଶୁ ଶ୍ରମ ଓ ବାଲ୍ୟ ବିବାହ ଉପରେ ଜ୍ଞାନ ବିନିମୟ ବୈଠକ

ଛତ୍ରପୁର (ଓ୍ବାଇଏନଏସ): ଶିଶୁ ଶ୍ରମ ଓ ବାଲ୍ୟ ବିବାହର ପ୍ରଚଳିତ ସ୍ଥିତି ଉପରେ ଏକ ଜ୍ଞାନ ବିନିମୟ ଓ ଅଂଶୀଦାରମାନଙ୍କ ପରାମର୍ଶ ବୈଠକ ଶିଶୁ ଶ୍ରମ ଉଛେଦ ଅଭିଯାନ ପକ୍ଷରୁ ଆୟୋଜିତ ହୋଇଥିଲା। ବୈଠକରେ  ରାଜ୍ୟ ସଂଯୋଜକ ସୁକାନ୍ତ ନାୟକ ଅଧ୍ୟକ୍ଷତା କରିଥିଲେ। ଜୟପ୍ରକାଶ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ ପକ୍ଷରୁ ବାଲେଶ୍ୱର ଜିଲ୍ଲାରେ କରାଯାଇଥିବା ଏକ ସର୍ଭେ ଆଧାରିତ ରିପୋର୍ଟକୁ ଶିଶୁ ଶ୍ରମ ଉଛେଦ ଅଭିଯାନ ର ପୂର୍ବତନ ରାଜ୍ୟ ସଂଯୋଜକ ଉମେଶ ପୁରୋହିତ ଅଂଶଗ୍ରହଣକାରୀ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଶିଶୁ ମଙ୍ଗଳ କମିଟି , ଶ୍ରମ ବିଭାଗ, ଶିକ୍ଷା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲ୍ଡ ହେଲ୍ପଲାଇନ୍ ଏବଂ  ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ଓ ଅଂଶୀଦାରମାନେ ଏହି ପରାମର୍ଶ ବୈଠକରେ ଅଂଶଗ୍ରହଣ କରିଥିଲେ। ସେମାନେ ଶିଶୁ ଶ୍ରମ ଓ ବାଲ୍ୟ ବିବାହ ସହ ଜଡିତ ଆହ୍ୱାନଗୁଡ଼ିକ ଉପରେ ନିଜର ଅଭିଜ୍ଞତା, ଜ୍ଞାନ ଓ ଦୃଷ୍ଟିକୋଣ ବାଣ୍ଟିଥିଲେ। ଶିଶୁମାନଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ପାଇଁ ପ୍ରତିରୋଧ, ଚିହ୍ନଟ, ଉଦ୍ଧାର, ପୁନର୍ବାସ ଓ ସଚେତନତାମୂଳକ ପଦକ୍ଷେପଗୁଡ଼ିକୁ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ବିଭାଗ ଓ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଅଂଶଗ୍ରହଣକାରୀମାନେ ଆଲୋଚନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ