ଉଦ୍ଭିଦ ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପୋଲସରା (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଓ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ୧୦/୯/୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷ ରୁଦ୍ର ପ୍ରସାଦ ଗୌଡ଼ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଗଣନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ତୁଳସୀ ଗଛରେ ଜଳଦାନ କରାଯାଇଥିଲା। ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ନିଜର ପରିଚୟ ପ୍ରଦାନ କରିଥିବା ବେଳେ ଦ୍ୱିତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ନବାଗତଙ୍କୁ ସ୍ୱାଗତ କରିଥିଲେ। ବିଭାଗର ମୁଖ୍ୟ ଅଧ୍ୟାପିକା ଡକ୍ଟର ରୋଜିତା ମିଶ୍ର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଭିଦ ବିଜ୍ଞାନ ଶିକ୍ଷାର ମୂଲ୍ୟ ସମ୍ପର୍କରେ ପ୍ରକାଶ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥି ଭାବେ ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ମନୋଜ କୁମାର ସାହୁ ଯୋଗଦେଇ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି  ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ଡ଼କ୍ଟର ବିରଞ୍ଚି ନାରାୟଣ ରଥ ବିବେକାନନ୍ଦଙ୍କ ମୂଲ୍ୟବୋଧ ଶିକ୍ଷା ସମ୍ପର୍କରେ ଗଳ୍ପ ମାଧ୍ୟମରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭାଗର ବରିଷ୍ଠ ଅଧ୍ୟାପିକା ଟୋନିକା ଦଳେଇ  ଉପସ୍ଥାନ ଓ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ବୁଝାଇଥିଲେ। ବିଭାଗର ଅନ୍ୟତମ ଅଧ୍ୟାପକ ଦେବାଶିଷ ସ୍ୱାଇଁ ଉଦ୍ଭିଦ ବିଜ୍ଞାନ ଶିକ୍ଷାର ଆବଶ୍ୟକତା, ଶୃଙ୍ଖଳା ଜ୍ଞାନ, ନୈତିକ ଶିକ୍ଷା, ବିଦ୍ୟାର୍ଥୀଙ୍କ ପାଇଁ ଉତ୍ତମ ପରିବେଶ ବିଷୟରେ ଦିଗଦର୍ଶନ ପ୍ରଦାନ କରିଥିଲେ। ଡେମୋନଷ୍ଟ୍ରେଟର ସୁଜ୍ଞାନୀ ସାହୁ ସମସ୍ତ ଛାତ୍ରଛାତ୍ରୀ ବୃନ୍ଦଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସମସ୍ତଙ୍କୁ ଭଲ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଗୌଡ ବନସ୍ପତି ଶାସ୍ତ୍ରର ଗୁରୁତ୍ୱ, ଏକବିଂଶ ଶତାବ୍ଦୀରେ ବିଜ୍ଞାନର ଆବଶ୍ୟକତା, ଜାତୀୟ ଶିକ୍ଷା ନୀତିର ଗୁରୁତ୍ୱ ସମ୍ପର୍କରେ  ମାର୍ଗଦର୍ଶନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଛାତ୍ରୀ ଇତିଶ୍ରୀ ପ୍ରଧାନ ଓ ଗାୟତ୍ରୀ ଗୌଡ଼ ସଂଯୋଜନା  କରିଥିବା ବେଳେ ସାଇସ୍ମିତା ସାହୁ ଓ ରୋଶନୀ ନାହାକ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଛାତ୍ର ସତ୍ୟ ନାରାୟଣ ଗୌଡ଼ ଓ ରାଜା ସ୍ୱାଇଁ ଏବଂ ଛାତ୍ରୀ ସ୍ମୃତୀ ବରାଡ଼, ଭାସ୍ବତୀ ନାୟକ, ମଧୁସ୍ମିତା ପ୍ରଧାନ, ତୁଳସୀ ପରିଡା, ଅଙ୍କିତା ବେହେରା, ମାମାଲି ନାହାକ ଓ ଅପରାଜିତା ପଣ୍ଡା ସମେତ ବିଭାଗର ଅଣ ଶିକ୍ଷକ କର୍ମଚାରୀ ବିବେକାନନ୍ଦ ପଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ