ବିଘ୍ନନାଶକ ଗଣେଶଙ୍କ ଆରାଧନାରେ ଆସିକା ବିଜେଡି କାର୍ଯ୍ୟାଳୟ ଉତ୍ସବମୁଖର

ଆସିକା(ୱାଇଏନ୍‍ଏସ୍‍) : ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବିଘ୍ନହର୍ତ୍ତା ଗଣେଶଙ୍କ ପୂଜା ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିବା ବିଘ୍ନନାଶକ ଗଣେଶଙ୍କ ପୂଜାର୍ଚ୍ଚନା ଓ ଆରାଧନା କାର୍ଯ୍ୟକ୍ରମରେ ଶତାଧୀକ ଦଳୀୟ ନେତା ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ଆସିକା ବ୍ଳକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ବିଦ୍ୱାନ ପଣ୍ଡିତ ଗଣେଶ ଆଚାର୍ଯ୍ୟାଙ୍କ ମନ୍ତ୍ରୋଚାରଣରେ ଏକ ଆଧ୍ୟାତ୍ମିକମୟ ତଥା ଭକ୍ତିମୟ ପରିବେଶ ମଧ୍ୟରେ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆନନ୍ଦ ଉଲ୍ଲାସର ସହ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଳିତ ହୋଇଥିଲା ବେଳେ ଯୁବ ବିଜେଡି ନେତା ତଥା ଆଧ୍ୟାତ୍ମିକପ୍ରେମୀ ଜିତେନ୍ଦ୍ର କୁମାର ମହାରଣା କର୍ତ୍ତା ରୂପେ ରହି ନିଷ୍ଠାର ସହ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପାଦନ କରିଥିବା ଦେଖିବାକୁ ମିଳିଥିଲା । ବିଦ୍ୟାଦାତା ବିଘ୍ନନାଶକ ଗଣେଶଙ୍କ ପୂଜା ଅବସରରେ ଆସିକା ବିଜେଡି କାର୍ଯ୍ୟାଳୟ ଉତ୍ସବମୁଖର ହୋଇପଡିଥିଲା ବେଳେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ବିଜୁ ମହିଳା ଜନତା ଦଳର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା, ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ବି.ମନୋଜ କୁମାର ଦୋରା, ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୂର୍ଯ୍ୟକାନ୍ତ ପରିଡା, ଆସିକା ନଗର ବିଜେଡିର ମହିଳା ସଭାନେତ୍ରୀ ଏମ୍‍.ରଶ୍ମିତା ସେନାପତି, ବରିଷ୍ଠ ବିଜେଡି ନେତା ଦିଲୀପ କୁମାର ପାଣିଗ୍ରାହୀ, ଅନିଲ୍‍ କୁମାର ନାୟକ, ସରପଞ୍ଚ ଜୟସେନ ସ୍ୱାଇଁ ଓ ଜୟନ୍ତୀ ବେହେରା, ସମିତିସଭ୍ୟ ତ୍ରିନାଥ ବେହେରା, ଆସିକା ପୌର ପରିଷଦର କାଉନସିଲର ନିଗମାନନ୍ଦ ରାଉତ, ବିଜେଡି ନେତା ବି.ମୋହନ ରାଓ ଦୋରା, ସଂଜୀବ ମହାରଣା, ସତ୍ୟନାରାୟଣ ସାମନ୍ତରା, ରବିନ୍ଦ୍ର ସାହୁ, ବିମଳ ପ୍ରଧାନ, ଜିତେନ୍ଦ୍ର କୁମାର ମହାରଣା, କାହ୍ନଚରଣ ଦଳେଇ, ସାଇରାଜ ଦଳେଇ, ସନାତନ ବିଶ୍ୱାଳ, ସନ୍ତୋଷ ନାହାକ, ସୁନିଲ୍‍ ପାଣିଗ୍ରାହୀ, ଆଶିଷ୍‍ ମିଶ୍ର, ଆକାଶ ସ୍ୱାଇଁ, ଶିବଶଙ୍କର ପାଣିଗ୍ରାହୀ, ପ୍ରଣବ କୁମାର ପାଢୀ, ସତ୍ୟବାନ ପାଢୀ, ନିଳାଞ୍ଚଳ ମହାରଣା, ସୁଶାନ୍ତ ପାତ୍ର, ବ୍ରଜବନ୍ଧୁ ପଣ୍ଡାଙ୍କ ସମେତ ବହୁ ଦଳୀୟ ନେତା, ବିଜୁପ୍ରେମୀ, ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ବିଦ୍ୟା ଓ ବୁଦ୍ଧିର ପ୍ରେରଣାଦାତା ବିଘ୍ନହର୍ତ୍ତା ପାର୍ବତୀ ନନ୍ଦନ ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଆସିକା ଅଞ୍ଚଳବାସୀଙ୍କ ସୁଖସମୃଦ୍ଧି ଏବଂ ମଙ୍ଗଳ କାମନା କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ