ବରିଷ୍ଠ କଂଗ୍ରେସ ନେତା ଦାମୋଦର ମହାନ୍ତିଙ୍କ ପରଲୋକ

ଧାମନଗର (ଓ୍ବାଇଏନଏସ):  ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ଅଧିନ ରମେଶ୍ୱରପୁର ଗ୍ରାମର ମୁରବି ସମାଜସେବୀ,ପରୋପକାରୀ ମିଷ୍ଠା ଭାସି ବରିଷ୍ଠ କଂଗ୍ରେସ ନେତା ଦାମୋଦର ମହାନ୍ତି (୭୨)ଙ୍କ ପରଲୋକ ଘଟିଛି। ତାଙ୍କର ବିୟୋଗ ଆମ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ସେ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ଜଣାପଡିଛି।ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ମରଶରୀର ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ,ଖବର ପାଇ କଂଗ୍ରେସ ଦଳର ବରିଷ୍ଠ ନେତାଙ୍କ ସମେତ ବିଭିନ୍ନ ଦଳର ନେତୃ ମଣ୍ଡଳୀ ସ୍ୱର୍ଗତ ମହାନ୍ତି ଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସ୍ୱର୍ଗତ ମହାନ୍ତିଙ୍କ ମରଶରୀରକୁ ପଞ୍ଚାୟତରେ ଶୋଭାଯାତ୍ରା କରାଯାଇ ଗ୍ରାମର ଏକ ମଶାଣିରେ ଶବ ସତ୍କାର କରାଯାଇଛି। ସ୍ୱର୍ଗତ ମହାନ୍ତିଙ୍କ ପରିବାର,ବନ୍ଧୁ ବାନ୍ଧବ ଶୁଭେଚ୍ଛୁ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ପୁଅ ମୁଖାଗ୍ନି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ