ପୂଜାମଣ୍ଡପ ବୁଲି ଶ୍ରୀ ଗଣେଶଙ୍କୁ ଦର୍ଶନ କଲେ ରାଜନେତା
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଏବଂ ଏନ ଏ ସି ଅଞ୍ଚଳରେ ପଞ୍ଚାୟତ ସମିତି ଓ ତହସିଲ କାର୍ଯ୍ୟାଳୟ ସମେତ ବ୍ୟବସାୟିକ ଓ ବିଭିନ୍ନ ସରକାରୀ ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ପ୍ରାଥମିକ,ମାଧ୍ୟମିକ,ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସହିତ ତାଳପଦା,ବନ୍ଧଟିଆ,ଗୋଖାଦିଗୀ, ରାମେଶ୍ୱରପୁର,ଦକ୍ଷିଣବାଡ ଠାରୁ ଆରମ୍ଭ କରି ଗାଁ ଠୁ ସହର ସବୁ ଆଡେ ଏପରିକି ସାହି ଗଳିରେ ବ୍ୟାପକ ଆୟୋଜନରେ ବିଭିନ୍ନ ସୁସଜ୍ଜିତ ପୁଜା ମଣ୍ଡପରେ ଭକ୍ତି ଓ ଶ୍ରଦ୍ଧାର ସହ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ମହା ସମାରୋହରେ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ରାଜନେତା ତଥା ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ,ବିଜେଡି ନିର୍ବାଚନ ମଣ୍ଡଳୀ ନେତା ସଞ୍ଜୟ କୁମାର ଦାସ,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ,ସାରଦା ପ୍ରସନ୍ନ ସାହୁ,ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ବିଜେପି ନେତା ଅଶୋକ ପୁହାଣ,ଅରବିନ୍ଦ ପତି,କୈଳାସ ଚନ୍ଦ୍ର ମହାପାତ୍ର,ସରୋଜ ମହାପାତ୍ର,ସରପଞ୍ଚ ଅଜୟ କୁମାର ମଲ୍ଲିକ,ଶୀତାକାନ୍ତ ମିଶ୍ର,ନରେନ୍ଦ୍ର ନାରାୟଣ ନାୟକ,ସମିତି ସଭ୍ୟ ଭାରତ ବିଜୟ ଦଳେଇ,ଜ୍ଞାନରଞ୍ଜନ ମହାକୁଡ଼,ସୁଦୀପ୍ତ ଖଟୁଆ,ସୂର୍ଯ୍ୟକାନ୍ତ ନାୟକ,ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ,ନଗର ସଭାପତି ବିଜୟକେତନ ସାହୁ,ଆଇନଜୀବୀ ଅମରେନ୍ଦ୍ର ମହାନ୍ତି,ବିଜେଡି ନେତା ଉମେଶ ଚନ୍ଦ୍ର ମହାନ୍ତି,ସେକ ଜାଫର ଅଲ୍ଲୀ,ସେକ ରୋସ୍ତମ,ମୀର ମୁରତୁଜା,ସନାତନ ସାହୁ,ରବିନ୍ଦ୍ର ଜେନା,ସିଦ୍ଧାର୍ଥ ମିଶ୍ର,ରତିକାନ୍ତ ନାୟକ,ବିଜେପି ନେତା କୃଷ୍ଣ ଚନ୍ଦ୍ର ଜେନା,ବୈକୁଣ୍ଠ ନାଥ ସାହୁ,ସ୍ୱାଧିନ ସମ୍ବିତ ଦାଶ,କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ କୁମାର ମିଶ୍ର,କଂଗ୍ରେସ ନେତା ପ୍ରମୋଦ କୁମାର ସ୍ୱାଇଁ,ରମେଶ ଚନ୍ଦ୍ର ବେହେରା ପ୍ରମୁଖ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ବିଭିନ୍ନ ପୂଜାମଣ୍ଡପରେ ପହଞ୍ଚି ଅଗ୍ରପୂଜ୍ୟ ଶ୍ରୀ ଗଜାନନଙ୍କ ଦର୍ଶନ କରି ଶୁଭାଶିଷ ଲାଭ କରିବା ସହିତ ପ୍ରଭୁଙ୍କ ଦିବ୍ୟ ଚରଣରେ ଭକ୍ତି ଓ ପ୍ରାର୍ଥନା ଅର୍ପଣ କରିବା ସହ ବିଘ୍ନବିନାଶକ ଶ୍ରୀ ଗଣେଶ ମହାପ୍ରଭୁଙ୍କ କୃପାରୁ ସମସ୍ତଙ୍କ ଜୀବନରୁ ବିଘ୍ନ ଦୂର ହେଉ,ମନରେ ଜ୍ଞାନ ଓ ଭକ୍ତିର ଆଲୋକ ପ୍ରଜ୍ଜ୍ୱଳିତ ହେଉ ଏହାହିଁ କାମନା କରିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଆଇଆଇସି ଶୁଭ୍ରଜିତ ଦାଶଙ୍କ ତତ୍ତ୍ୱାବଧାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ପେଟ୍ରୋଲିଙ୍ଗକୁ କଡାକଡି କରାଯାଇଥିଲା।


