‘ସେବା ସଂକଳ୍ପ ଅଭିଯାନରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଛତ୍ରପୁର,(ୱାଇଏନଏସ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପାଲୁର ହିଲ୍‌ସ ନିକଟସ୍ଥ ସରକାରୀ ଗାଡ଼ି ଚାଳନା ପ୍ରଶିକ୍ଷଣ କେନ୍ଦ୍ର (ଗ୍ଲୋବାଲ ଆଇଡିଟିଆରଏସ୍‌) ପରିସରରେ ଗୁରୁବାର ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଆଶୀର୍ବାଦ ଦୀପ’ ପ୍ରଜ୍ୱଳନ କରି ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଜେନା ପ୍ରଶିକ୍ଷଣ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକଳାପ ଓ ପ୍ରଶିକ୍ଷଣ ବ୍ୟବସ୍ଥା ସମୀକ୍ଷା କରିଥିଲେ। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଚାଳକମାନଙ୍କୁ ଉଚ୍ଚମାନର ପ୍ରଶିକ୍ଷଣ ପ୍ରଦାନ ସହ ସଡ଼କ ସୁରକ୍ଷା ନିୟମ ପ୍ରତି ସଚେତନ କରିବା ଆବଶ୍ୟକ ବୋଲି ସେ କହିଥିଲେ। ‘ସେବା ହିଁ ସରକାରଙ୍କ ମୂଳ ଲକ୍ଷ୍ୟ’ ବୋଲି ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ। କାର୍ଯ୍ୟକ୍ରମରେ ଗଞ୍ଜାମ ଆର୍‌ଟିଓ ଦେବାଶିଷ ସ୍ୱାଇଁ, ଏମ୍‌ଭିଆଇ କାହ୍ନୁଚରଣ ବାନାରା, ଟ୍ରାଫିକ୍‌ ଇନ୍ସପେକ୍ଟର ବିଶ୍ୱରଞ୍ଜନ ସାହୁ, କନିଷ୍ଠ ଏମ୍‌ଭିଆଇ ରୋହିତ କୁମାର ପଣ୍ଡା, ତାରାକାନ୍ତ ନନ୍ଦ, ଡିଇଓ ଅଜୟ ବାରିକଙ୍କ ସମେତ ପ୍ରଶିକ୍ଷଣ କେନ୍ଦ୍ରର ପ୍ରିନ୍ସିପାଲ ପାର୍ଥ ଚୌଧୁରୀ, ଏଡମିନ୍‌ ମ୍ୟାନେଜର, ସିନିୟର ଟ୍ରେନର ବାଲାଜୀ ରାଉତ, ଟ୍ରେନର ଏସ୍‌.ପି. ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ