ଓଡିଶା ଆଦର୍ଶ ବିଦ୍ୟାଳୟ ସମୂହର ଜିଲା ସ୍ତରୀୟ ପ୍ରତିଷ୍ଠା ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି ): ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ସ୍ତରୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ସମୂହର ପ୍ରତିଷ୍ଠା ଦିବସ(ସ୍ପାର୍କ ୨୦୨୬) ଅନୁଷ୍ଠିତ ହୋଇଯାଇଛି। ପଳାସଗଢିଆ ଓଏଭିର ନୋଡାଲ ଅଧ୍ୟକ୍ଷ ତଥା ସଂଗଠନ ସମ୍ପାଦକ ପାର୍ଥ ସୁନ୍ଦର ମହାକୁଡ଼ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ହଦଗଡ଼ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଅଧୀର ରଞ୍ଜନ ନାୟକ, ଭଣ୍ଡାରିପୋଖରୀ ଓଏଭି ଅଧ୍ୟକ୍ଷ ପ୍ରଦୀପ କୁମାର ସେଠୀ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ନୋଡାଲ ଅଧ୍ୟକ୍ଷ ଶ୍ରୀ ମହାକୁଡ଼ ସ୍ୱାଗତ ଭାଷଣ, ରତିକାନ୍ତ ପଣ୍ଡା, ଜୟନ୍ତୀ ପରିଡା, କାଦମ୍ବରୀ କର ଶର୍ମା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା ଏବଂ ଚାନ୍ଦବାଲି ଓଏଭିର ଅଧ୍ୟକ୍ଷ ଗଙ୍ଗାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜିଲାର ୭ ବ୍ଲକରୁ ଆସିଥିବା ୩୦୫ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ଭାଗ ନେଇଥିଲେ। ବିଭିନ୍ନ ବ୍ଲକରୁ ଆସିଥିବା ବିଚାରକ ମାନେ ପ୍ରତିଭା ଚୟନ କରିଥିଲେ। ୨ୟ ଅଧିବେଶନରେ ଡେପୁଟି କଲେକ୍ଟର ଦେବବ୍ରତ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଭଦ୍ରକ ଓଲଙ୍ଗସ୍ଥିତ ଓଏଭିର ଭାରପ୍ରାପ୍ତ ଅଧ୍ୟକ୍ଷ ମାନସ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ବାସୁଦେବପୁର ଇରମ ଓଏଭିର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପଣ୍ଡା, ତିହିଡି ସନ୍ଥପୁରା ଓଏଭିର ଅଧ୍ୟକ୍ଷ ଆରତୀ ସାହୁ, ଧାମନଗର ଶ୍ୟାମପୁର ଓଏଭିର ଅଧ୍ୟକ୍ଷ ତନବୀର ଆବିଦଙ୍କ ସମେତ ୭ ବ୍ଲକ ଓଏଭିର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସନ୍ତୋଷ କୁମାର ବିଶ୍ୱାଳ, ଅବିନାଶ ତ୍ରିପାଠୀ, ପ୍ରହଲ୍ଲାଦ ମହାକୁଡ଼, ବେଦବ୍ୟାସ ମଲ୍ଲିକ, ଜଗତ କୁମାର ମଲ୍ଲିକ, ସମର କୁମାର ପରିଡା, ବିଭୁଦତ୍ତ ନନ୍ଦ, ରଶ୍ମୀ ରଞ୍ଜନ ଓଝା, ଅଶୋକ କୁମାର ମଲ୍ଲିକ, ନାରାୟଣ ମହାକୁଡ଼, ସେକ ନୋଇଦ କାଦ୍ରୀ, ଶିକ୍ଷୟିତ୍ରୀ ତୃପ୍ତିମୟୀ ଦେହୁରୀ, ବିଶାଖା ଲେଙ୍କା, ଡ଼.ଅମ୍ବିକା ଜେନା, ଭାଗ୍ୟଶ୍ରୀ ମହାନ୍ତ, ଜ୍ୟୋତ୍ସ୍ନା ରାଣୀ ବିଶ୍ୱାଳ, ଅନନ୍ୟା ବିଶ୍ୱାଳ, ମମତା ପଣ୍ଡା, ମଧୁମିତା ବିଶ୍ୱାଳ, ପୁନ୍ନମ ଦାସ, ଶିକ୍ଷା କର୍ମଚାରୀ ରବିନ୍ଦ୍ର ମୋହନ ମାଝୀ, ସତ୍ୟପ୍ରିୟ ସୁଶୀଲ ନାୟକ, ଗୌରହରି ମୁଖି, ଜ୍ୟୋତି ରଞ୍ଜନ ଦାଶ ପ୍ରମୁଖ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ