ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପୋଲସରା, (ଅନୀଲ କୁମାର ମହାରଣା) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୋଲସରା ବନାଞ୍ଚଳ ଓ ପୋଲସରା ପୋଲିସ ପକ୍ଷରୁ ଦେଶର ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ମଥୁରା ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିସରରେ ୭୬ ଗୋଟି ଦୁର୍ଲ୍ଲଭ ବୃକ୍ଷ ରୋପଣ କରାଯାଇଛି। ବର୍ତ୍ତମାନ ବିଶ୍ୱ ପରିବେଶ ସୁରକ୍ଷା ଓ ଜୀବ ଜଗତ ସୁରକ୍ଷା ପାଇଁ ବୃକ୍ଷ ରୋପଣ କରି ବିଶ୍ୱକୁ ସବୁଜିମା କରିବା ଅତି ଜରୁରୀ ଅଟେ। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ବିଭିନ୍ନ ଦେଶର ସରକାର ସମେତ ଆମ ଦେଶର ସରକାର ବୃକ୍ଷ ରୋପଣ ପାଇଁ ପ୍ରତି ବର୍ଷ ବିଭିନ୍ନ ଉପାୟରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ସେଗୁଡ଼ିକ ମଧ୍ୟରୁ ଅନ୍ୟତମ। ମଥୁରା ମାରଦା ମନ୍ଦିର ପରିସରରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପୋଲସରା ବନାଞ୍ଚଳ ଅଧିକାରୀ ଅନିଲ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲସରା ପୋଲିସ ଥାନା ଏସଆଇ ମିଲନ କୁମାର ପ୍ରଧାନ ଓ ଏଏସଆଇ ରମଣ ସ୍ୱାଇଁ, ବନପାଳ  ମୁନା ଦାସ, ସୁବୋଧ ବେହେରା, ଭୋଳେଶ୍ବର ମଲ୍ଲିକ, ସୁବ୍ରତ କୁମାର ତ୍ରିପାଠୀ ପ୍ରମୁଖ ସରକାରୀ କର୍ମଚାରୀଙ୍କ ସମେତ ମଥୁରାର ମହନ୍ତ ସୁନ୍ଦର ରାମଦାସ ମହାରାଜା ଏବଂ ଜଗନ୍ନାଥ ପ୍ରେମୀ ଓ ପରିବେଶ ପ୍ରେମୀ ମଙ୍ଗୁଳୁ ସାହୁ, ସନ୍ତୋଷ କୁମାର ବାରିକ ଓ ଯୁବକ ସଂଘ୍ ସଦସ୍ୟ ବୃନ୍ଦଙ୍କ ଉପସ୍ଥିତିରେ ୭୬ ଗୋଟି ଦୁର୍ଲ୍ଲଭ ମୂଲ୍ୟବାନ ବୃକ୍ଷ  ରୋପଣ କରାଯାଇଥିଲା। ପୋଲସରା ରେଞ୍ଜର ଶ୍ରୀ ପଣ୍ଡା ଏହି ମୂଲ୍ୟବାନ ବୃକ୍ଷ ଗୁଡିକୁ ବଞ୍ଚାଇ ବଡ କରିବା ପାଇଁ ସମସ୍ତେ ଚେଷ୍ଟା କରିବାକୁ କହିବା ସହ ଏହା ବଡ଼ ବୃକ୍ଷରେ ପରିଣତ ହେବାପରେ ଫୁଲ ଫଳ ଓ ଛାୟା ପାଇ ଶ୍ରଦ୍ଧାଳୁମାନେ ଆନନ୍ଦିତ ହୋଇପାରିବେ ବୋଲି ପ୍ରକାଶ କରିଥିଲା। ମହନ୍ତ ମହାରାଜା ନିଜ ବକ୍ତବ୍ୟରେ କହିଥିଲେ ଯେ ନିଜ ଜୀବନ କାଳ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ବୃକ୍ଷ ରୋପଣ କରି ତାହାକୁ ବଞ୍ଚାଇ ପାରିଲେ ଧରଣୀ ମାତା ସବୁଜିମାରେ ପରିପୂର୍ଣ୍ଣ ହୋଇପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ