ସୈଫଙ୍କୁ ଧୋକାବାଜ୍ କହିଲେ କାଜୋଲ
ମୁମ୍ବାଇ : ଫିଲ୍ମ ପ୍ରମୋଶନରେ ସହଯୋଗ କରି ନ ଥିବାରୁ ସୈଫଙ୍କ ଉପରେ ଖପ୍ପା ହୋଇଛନ୍ତି କାଜୋଲ। ଅଭିନେତ୍ରୀ କାଜୋଲ ସୈଫ ଅଲ୍ଲୀ ଖାନଙ୍କୁ ଟୁଇଟରରେ ଧୋକାବାଜ୍ କହିଛନ୍ତି। କାଜୋଲ ଟୁଇଟରରେ ଲେଖିଛନ୍ତି, ପ୍ରଥମେ ଓମକାରା ଫିଲ୍ମ ସମୟରେ ଏବେ ‘ତାହ୍ନାଜୀ’ ପ୍ରମୋଶନରେ ଧୋକା ଦେଲ। ‘ତାହ୍ନାଜୀ’ ଫିଲ୍ମରେ ସୈଫ୍ ଅଭିନୟ କରିଛନ୍ତି। କିନ୍ତୁ ଫିଲ୍ମର ଶୁଟିଂ ପରେ ନିଜ ପରିବାର ସହ ସୁଇଜରଲାଣ୍ଡରେ ଛୁଟି କାଟିବାକୁ ଯାଇଛନ୍ତି ସୈଫ୍। ଫିଲ୍ମ ପ୍ରମୋଶନ ନ କରି ସୈଫ୍ ଛୁଟି କାଟିବାକୁ ପସନ୍ଦ କରିନାହାନ୍ତି କାଜୋଲ। କାଜୋଲ ଏବେ ନିଜ ଆଗାମୀ ଫିଲ୍ମ ‘ତାହ୍ନାଜୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ସ୍ବାମୀ ଅଜୟ ଦେବଗନଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ। ଫିଲ୍ମର ଟ୍ରେଲର ରିଲିଜ୍ ପରେ ଅଜୟ ଏବଂ କାଜୋଲଙ୍କ ଯୋଡିକୁ ବେଶ୍ ପ୍ରସନ୍ଦ କରିଛନ୍ତି ଦର୍ଶକ। ଏବେ ଫିଲ୍ମ ପ୍ରମୋଶନକୁ ନେଇ ବ୍ୟସ୍ତ ଅଛନ୍ତି କାଜୋଲ।


