ଅର୍ବାନବ୍ୟାଙ୍କ ଚାନ୍ଦୋଳ ଶାଖା ସ୍ଥାନାନ୍ତରିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ଚାନ୍ଦୋଳ ଶାଖା ବର୍ତ୍ତମାନର ପରିସର ଠାରୁ କେନ୍ଦ୍ରାପଡା ପାଶ୍ୱର୍କୁ ପ୍ରାୟ ଦେଢଶହ ମିଟର ଦୂରରେ ଥିବା ଏକ ନୂତନ ଗୃହକୁ ସ୍ଥାନାନ୍ତରିତ ହୋଇଯାଇଛି। ତେଣୁ ସମସ୍ତ ଗ୍ରାହକ, ଋଣଧାରୀ, ଅଂଶୀଦାର ଓ ଛୁଭେଛୁମାନେ ସ୍ଥାନାନ୍ତରିତ ହୋଇଥିବା ଏହି ନୂତନ ସ୍ଥାନକୁ ସେମାନଙ୍କ ପୁରୁଣା ଶାଖାରେ ଥିବା କାର୍ଯ୍ୟ ନିମନ୍ତେ ଆସିବାକୁ ଅର୍ବାନବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏସମ୍ପର୍କରେ ଅର୍ବାନକୋପରେଟିଭ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ପଣ୍ଡା ଏକ ପ୍ରେସବିଜ୍ଞପ୍ତିରେ ଜଣାଇଛନ୍ତି।


