ମା’ ଦୁର୍ଗାଙ୍କ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆସିକା ଘରୋଇ ବସଷ୍ଟାଣ୍ଡରେ ଆସନ୍ତା ମାସରେ ହେବାକୁ ଥିବା ଶାରଦୀୟ ମା’ଦୁର୍ଗାଙ୍କ ପୂଜା ପାଇଁ ରବିବାର ଅପରାହ୍ନରେ ମାହେନ୍ଦ୍ରବେଳାରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଂପନ୍ନ ହୋଇଯାଇଛି । ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଘରୋଇ ବସ୍ ମାଲିକ ସଂଘର ସକ୍ରିୟ ସହଯୋଗ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ଉତ୍ସାହରେ ଅନୁଷ୍ଠିତ ହୋଇଥିବା ଏହି ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଘରୋଇ ବସ୍ ମାଲିକ ସଂଘର ସଭାପତି ତଥା ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ଉପସଭାପତି ପ୍ରମୋଦ କୁମାର ଜେନା, ସାଧାରଣ ସଂପାଦକ ଜିତେନ୍ଦ୍ର କୁମାର ସ୍ୱାଇଁ, ଯୁଗ୍ମସଂପାଦକ ପୂର୍ଣ୍ଣଚନ୍ଦ୍ର ଦାଶ, ବସଷ୍ଟାଣ୍ଡ ସଂପାଦକ ସନ୍ତୋଷ କୁମାର ପୋଲାଇ, ଉପଦେଷ୍ଟା ମନୋରଂଜନ ପଣ୍ଡା, ଆଇନ ପରାମର୍ଶଦାତା ଶରତେନ୍ଦୁ ପଣ୍ଡା, କାର୍ଯ୍ୟକାରୀ କମିଟି ସଦସ୍ୟ ରବିନ୍ଦ୍ରନାଥ ପୋଲାଇ, ବିକ୍ରମ କେଶରୀ ମହାନ୍ତି, ବିକ୍ରମ ଦାଶ, ସୂର୍ଯ୍ୟନାରାୟଣ ପୋଲାଇ, ଲିଙ୍ଗରାଜ ମହାନ୍ତି, ପ୍ରିୟାଂଶୁ ଶେଖର ପରିଡା, ବାବୁଲା ରେଡିଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ବାଦ୍ୟବାଜଣା ଓ ଘଣ୍ଟ ମୃଦଙ୍ଗର ତାଳେ ତାଳେ ଆସିକା ଅଞ୍ଚଳର ଜଣାଶୁଣା ପୁରୋହିତ ରତ୍ନାକର ଦାଶ ଓ ସହଯୋଗୀ ପଣ୍ଡିତ ହିମାଂଶୁ ସାମନ୍ତରାୟଙ୍କ ମନ୍ତ୍ରୋଚ୍ଚାରଣରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏହି ମା’ ଦୁର୍ଗାଙ୍କ ପୂଜାପାଇଁ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଘରୋଇ ବସ୍ ମାଲିକ ସଂଘର ମା’ ଦୁର୍ଗାଙ୍କ ପୂଜା ପାଳନ କାର୍ଯ୍ୟକ୍ରମ ଚଳିତବର୍ଷ ୩୨ ତମ ଉତ୍ସବରେ ପଦାର୍ପଣ କରିବାକୁ ବେଳେ ଜଗତ୍‌ଜନନୀ ମା’ ଦୁର୍ଗାଙ୍କ ପୂଜାକୁ ବିଧିବିଧାନ ଅନୁଯାୟୀ ସମାପ୍ତ କରିବା ଲାଗି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଚଳିତ ବର୍ଷ ମହାଆଡମ୍ବରରେ ଦୁର୍ଗାପୂଜା ଓ ଭସାଣୀ ସଂପନ୍ନ କରିବା ଲାଗି ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ, ଜଗତଜନନୀ ମା ଦୁର୍ଗାଙ୍କୁ ସ୍ୱାଗତ କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଗଣପର୍ବ ଦଶହରା ପାଇଁ ବର୍ତ୍ତମାନ ଠାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି । ଚଳିତ ବର୍ଷ ସାଜସଜା ସହିତ ମହାଆଡମ୍ବରରେ ଦୁର୍ଗାପୂଜା କରିବା ପାଇଁ ଆସିକାରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । ଆସିକା ଘରୋଇ ବସ ମାଲିକ ସଂଘ ପକ୍ଷରୁ ଆସନ୍ତା ଦୁର୍ଗା ପୂଜା ପାଇଁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ବସଷ୍ଟାଣ୍ଡ ସଂପାଦକ ସନ୍ତୋଷ କୁମାର ପୋଲାଇ ଓ କାର୍ଯ୍ୟକାରୀ କମିଟି ସଦସ୍ୟ ରବିନ୍ଦ୍ରନାଥ ପୋଲାଇ ଏବଂ ସୂର୍ଯ୍ୟନାରାୟଣ ପୋଲାଇ, ଆଧ୍ୟାତ୍ମିକପ୍ରେମୀ ପ୍ରସନ୍ନ କୁମାର ପଣ୍ଡା, ଜିତେନ୍ଦ୍ର ରେଡି, ସତ୍ୟନାରାୟଣ ପୋଲାଇ, ସୁଶାନ୍ତ ପୋଲାଇ, ପରିକ୍ଷିତ ନାୟକ, ସତ୍ୟ ପରିଡା, ଗାନ୍ଧୀ ପରିଡା, ଶଙ୍କର ନାହାକ, ଗୁରୁନାଥ ପାତ୍ର, କୃଷ୍ଣ ରେଡି, ଧୋବା ପ୍ରଧାନ, ସୂର୍ଯ୍ୟକାନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ