ବିନାୟକ ବଜାରରେ ଗଣେଶ ମେଢ ବିସର୍ଜନ
ଆସିକା (ୱାଇଏନ୍ଏସ୍): ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଗଳିକନ୍ଦି ଠାରୁ ଆରମ୍ଭ କରି ମୁଖ୍ୟରାସ୍ତା ପର୍ଯ୍ୟନ୍ତ ବିଭିନ୍ନ ପୂଜାମଣ୍ଡପରେ ଗତ ୧୪ ତାରିଖ ସୋମବାର ଠାରୁ ଧରାବତରଣ କରି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେଇ ପୂଜା ପାଇଆସୁଥିବା ଅଗ୍ରପୂଜ୍ୟ ପାର୍ବତୀ ନନ୍ଦନଙ୍କ ବିସର୍ଜନ ଶୋଭାଯାତ୍ରା ତଥା ଭସାଣି କାର୍ଯ୍ୟକ୍ରମ ଜାରି ରହିଛି । ଦୀର୍ଘ ୭ ଦିନର ଅଭ୍ୟର୍ଥନାର ଅନ୍ତ ଘଟାଇ ଭକ୍ତଙ୍କ ଗହଣରୁ ବିଦାୟ ନେଇଛନ୍ତି ପୌର ପରିଷଦ ଅଧୀନସ୍ଥ ୧୩ ନମ୍ବର ୱାର୍ଡର ବିନାୟକ ବଜାରର ପୂଜାମଣ୍ଡପରେ ବିରାଜିଥିବା ପ୍ରଭୂ ବିଘ୍ନ ବିନାଶକ । ଆସିକା ପୌର ପରିଷଦ ଅଧୀନସ୍ଥ ୧୩ ନମ୍ବର ୱାର୍ଡର ବିନାୟକ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ପାର୍ବତୀ ନନ୍ଦନଙ୍କ ମୂର୍ତ୍ତି ଓ ମେଢ ଭସାଣି କାର୍ଯ୍ୟକ୍ରମ ରବିବାର ଶୃଙ୍ଖଳିତ ଭାବେ ଶାନ୍ତିଶୃଙ୍ଖଳାର ସହ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ଶେଷ ହୋଇଯାଇଛି । ଡିଜେ ସାଉଣ୍ଡ ସାଙ୍ଗକୁ ଘଣ୍ଟମୃଦଙ୍ଗ, ଆଲୋକର ପଟୁଆର ଏବଂ ବାଦ୍ୟବାଜଣାର ତାଳେତାଳେ ଓ ନାଚଗୀତର ରୋଷଣିରେ ପ୍ରଭୁ ଗଜାନନଙ୍କୁ ମେଲାଣି ଦେଇଛନ୍ତି ଶ୍ରଦ୍ଧାଳୁ ଭକ୍ତ । ଆସିକା ପୌର ପରିଷଦ ଅଧୀନସ୍ଥ ୧୩ ନମ୍ବର ୱାର୍ଡର ବିନାୟକ ବଜାର ବ୍ୟବସାୟୀ ସଂଘର ସଭାପତି ଏସ୍.ସାଇକ୍ରିଷ୍ଣା ପୃଷ୍ଟି, ଉପସଭାପତି ସୁରେଶ ଚନ୍ଦ୍ର ଡାକୁଆ, ସହସଂପାଦକ ହରପ୍ରସାଦ ଦାଶ, କୋଷାଧ୍ୟକ୍ଷ ନିରୋଜ କୁମାର ସାହୁ, ଉପଦେଷ୍ଟା କମିଟି ସଦସ୍ୟ କେ.ଦୀପକ କୁମାର ସେନାପତି, ନିରଞ୍ଜନ ସାହୁ, ଶିବଶଙ୍କର ରାଉତ, ବିଷ୍ଣୁପ୍ରସାଦ ଦାଶ, ମିରେନ୍ ସ୍ୱାଇଁ, ପ୍ରଶାନ୍ତ ପାଢୀ, ଦୀପକ କୁମାର ମହାନ୍ତି, ସାଗର ସାବତଙ୍କ ସମେତ ଆଗ୍ରହୀ ଯୁବପିଢୀ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସକ୍ରିୟ ସହଯୋଗ ଓ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୂଜା ପାଇଆସୁଥିବା ଅଗ୍ରପୂଜ୍ୟ ବିଘ୍ନ ବିନାଶକଙ୍କ ଭସାଣି ଉତ୍ସବ ରବିବାର ଏକ ଭାବପୂର୍ଣ୍ଣ ପରିବେଶ ଅନୁଷ୍ଠିତ ହୋଇଯାଇଛି । ପାର୍ବତୀ ନନ୍ଦନଙ୍କ ଧରାପୃଷ୍ଠକୁ ଅବତରଣ ପୂର୍ବରୁ ଯୁବଗୋଷ୍ଠୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ଯେତିକି ବ୍ୟାକୁଳ ଓ ଉତ୍ସାହିତ ଥିଲେ ମେଲାଣି ସମୟରେ ସେତିକି ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । କାରଣ ଅଗ୍ରପୂଜ୍ୟଙ୍କ ଧରାପୃଷ୍ଠକୁ ଆଗମନ ପୂର୍ବରୁ ପୁଣି ଏକ ବର୍ଷ ଅପେକ୍ଷା କରିବାକୁ ପଡିବ । ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ତଥା ଆଶୀର୍ବାଦ ପ୍ରଦାନ କରି ବିଘ୍ନ ବିନାଶକ ଧରାପୃଷ୍ଠରୁ ବିଦାୟ ନେଇଥିବା ଜଣାପଡିଛି । ଆସିକା ପୌର ପରିଷଦ ଅଧୀନସ୍ଥ ୧୩ ନମ୍ବର ୱାର୍ଡର ବିନାୟକ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ପାଳିତ ହୋଇଥିବା ପାର୍ବତୀ ନନ୍ଦନଙ୍କ ଭସାଣୀ ଉତ୍ସବ ଏକ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ ବିଦ୍ୱାନ ପଣ୍ଡିତ ସୀତାରାମ ଦାଶ ଓ ସହଯୋଗୀ ପଣ୍ଡିତ ନେତ୍ରୋତ୍ସବ ତ୍ରିପାଠୀଙ୍କ ମନ୍ତ୍ରୋଚାରଣରେ ସ୍ଥାନୀୟ ଅଂଚଳ ପ୍ରକମ୍ପିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ବିନାୟକ ବଜାର ପୂଜାମଣ୍ଡପରେ ବିରାଜିଥିବା ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ବାର୍ଷିକ ପୂଜା ମହୋତ୍ସବ ରବିବାର ଶେଷ ହୋଇଯାଇଛି । ଆସିକା ପୌର ପରିଷଦ ଅଧିନସ୍ଥ ବିନାୟକ ବଜାର ପୂଜାମଣ୍ଡପରେ ରବିବାର ଅନୁଷ୍ଠିତ ହୋମଯଜ୍ଞ କାର୍ଯ୍ୟକ୍ରମରେ ବରିଷ୍ଠ ଆଧ୍ୟାତ୍ମିକପ୍ରେମୀ ନିରଞ୍ଜନ ସାହୁ ଓ ତାଙ୍କ ପତ୍ନୀ ଆଧ୍ୟାତ୍ମିକପ୍ରେମୀ ସୁମିତ୍ରା ସାହୁ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିଥିଲେ । ବିଘ୍ନ ବିନାଶକଙ୍କୁ ପୂଜାର୍ଚ୍ଚନା ଓ ଆରାଧନା କରିବା ପାଇଁ ରବିବାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଆସିକା ପୌର ପରିଷଦ ଅଧୀନସ୍ଥ ବିନାୟକ ବଜାର ପୂଜାମଣ୍ଡପରେ ବିରାଜିଥିବା ଅଗ୍ରପୂଜ୍ୟ ଗଣେଶଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଆତ୍ମା ପୁଲକିତ ହେବା ସହ ଚର୍ମନେତ୍ର ପବିତ୍ର ହୋଇପଡୁଥିବା ପରିଲକ୍ଷିତ ହୋଇଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ବିଘ୍ନ ବିନାଶକଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ଅଭିଭୂତ ହୋଇପଡୁଥିଲେ । ଆସିକା ପୌର ପରିଷଦ ଅଧୀନସ୍ଥ ବିନାୟକ ବଜାର ଅସ୍ଥାୟୀ ପୂଜାମଣ୍ଡପରେ ଦୀର୍ଘ ପ୍ରାୟ ୧ ସପ୍ତାହ ଧରି ପୂଜା ପାଇଆସିଥିବା ଅଗ୍ରପୂଜ୍ୟ ଗଣେଶଙ୍କ ମୂର୍ତ୍ତୀ ବେଶ୍ ମନଲୋଭା ହୋଇଥିଲା । ବିନାୟକ ବଜାର ପୂଜାମଣ୍ଡପରେ ଘଣ୍ଟା ଘଣ୍ଟ, ହରିବୋଲ ହୁଳହୁଳି ଓ ବିଦ୍ୱାନ ବ୍ରାହ୍ମଣ ପଣ୍ଡିତ ସୀତାରାମ ଦାଶ ଓ ସହଯୋଗୀ ପଣ୍ଡିତ ନେତ୍ରେତ୍ସବ ତ୍ରିପାଠୀଙ୍କ ଗଣେଶ ବନ୍ଦନା ସ୍ତୋତ୍ର ଓ ମନ୍ତ୍ରଧ୍ୱନୀରେ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ି । ବିନାୟକ ବଜାର ଗଜାନନଙ୍କ ପୂଜାମଣ୍ଡପ ଶ୍ରଦ୍ଧାଳୁ ଭକ୍ତଙ୍କ ଅନ୍ୟତମ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥିଲା


