କଟକରେ ପ୍ରବଳ ବର୍ଷା ସାଙ୍ଗକୁ ପବନ: ଏସ୍‌ସିବି ପୋଷ୍ଟମର୍ଟମ ବିଭାଗ ରାସ୍ତାରେ ଭାଙ୍ଗି ପଡ଼ିଲା ଗଛ

କଟକ, (ଓ୍ବାଇଏନଏସ): କଟକ ସହରରେ ଗତକାଲି ପ୍ରବଳ ବର୍ଷା ସାଙ୍ଗକୁ ପବନ ଲାଗି ରହିଥିଲା। ଏହି ଝଡ଼-ବର୍ଷା ମଧ୍ୟରେ କଟକ ଏସ୍‌ସିବି ମେଡିକାଲ ପରିସରରେ ଥିବା ପୋଷ୍ଟମର୍ଟମ ବିଭାଗ ରାସ୍ତାରେ ଏକ ବିରାଟ ଗଛ ଭାଙ୍ଗି ପଡ଼ିଥିଲା। ରାସ୍ତା ଉପରେ ଗଛଟି ଉପୁଡ଼ି ପଡ଼ିବାରୁ ସେଠାରେ ରଖାଯାଇଥିବା ଦୁଇଟି ବାଇକ୍ ତା’ ତଳେ ଚାପି ହୋଇଯାଇଥିଲା। ଏଥିରେ ଗୋଟିଏ ବାଇକ୍ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟଟି ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିଲା। ​ଏହି କାରଣରୁ ପୋଷ୍ଟମର୍ଟମ ରାସ୍ତାରେ ବେଶ୍ କିଛି ସମୟ ଧରି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିଲା। ଫଳରେ ଶବ ବ୍ୟବଚ୍ଛେଦ ପାଇଁ ଆସୁଥିବା ଆମ୍ବୁଲାନ୍ସ ଏବଂ ମୃତକଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଗଛ ପଡ଼ିବା ସମୟରେ ରାସ୍ତାରେ କୌଣସି ଲୋକ ନଥିବାରୁ ଏକ ବଡ଼ ଧରଣର ଜୀବନହାନି ବା ଦୁର୍ଘଟଣା ଟଳିଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ଗଛଟିକୁ କାଟି ରାସ୍ତାରୁ ହଟାଇବା ସହ ଯାତାୟାତ ସ୍ୱାଭାବିକ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ